Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

15 ବର୍ଷ ରୁ କମ୍ ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବଡ଼ବର୍ଡାକଟା ରେ ୧୫ ବର୍ଷରୁ କମ୍ ମା’ ମାହେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ଏହାର ଫାଇନାଲ ରେ ଲୁତୁରପଙ୍କ କୁ ହରାଇ ମେଣ୍ଡିଲିପାଲି ଦଳ ଚାମ୍ପିଅନ ହୋଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ଟି ଦୁଇଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟରେ ମେଣ୍ଡିଲିପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୪ ଉଇକେଟ ହରାଇ ୮୪ରନ କରିଥିଲା । ଜବାବରେ ଲୁତୁରପଙ୍କ ଦଳ ନିର୍ଦ୍ଧାରିତ ଓଭର ରେ ୮୧ ରନ କରିଥିଲା । ଦ୍ଵିତୀୟ ଫର୍ମାଟ ରେ ମେଣ୍ଡିଲିପାଲି ଦଳ ନିର୍ଦ୍ଧାରିତ ୪ ଓଭର ରେ ୨ ଉଇକେଟ ହରାଇ ୫୭ ରନ ସଂଗ୍ରହ କରିଥିଲା । ଜବାବରେ ଲୁତୁରପଙ୍କ ଦଳ ନିର୍ଦ୍ଧାରିତ ୪ ଓଭର ରେ ୫୨ ରନ କରିଥିଲା । ଉଭୟ ଫର୍ମାଟ ରେ ବିଜୟୀ ହୋଇ ମେଣ୍ଡିଲିପାଲି ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଏହାର ଉଦଘାଟନୀ ମ୍ୟାଚ୍ ରେ ବଙ୍କିଆ ଓ ଲୁତୁରପଙ୍କ ମଧ୍ୟରେ ହୋଇଥିବା ବେଳେ ଏଥିରେ ଲୁତୁରପଙ୍କ ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ରେ ବହଳପଦର କୁ ହରାଇ ମେଣ୍ଡିଲିପାଲି ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ ରେ ଘିଚାପାଲି କୁ ହରାଇ କମିରା ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚ୍ ରେ ଘଣ୍ଟରାପଡ଼ା କୁ ହରାଇ ବଡବର୍ଡ଼ାକଟା ବିଜୟୀ ହୋଇଥିଲା। ପ୍ରଥମ ସେମି ଫାଇନାଲ ରେ କମିରା କୁ ହରାଇ ଲୁତୁରପଙ୍କ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ସେମି ଫାଇନାଲ ରେ ବଡ଼ବର୍ଡ଼ାକଟା କୁ ହରାଇ ମେଣ୍ଡିଲିପାଲି ଦଳ ବିଜୟୀ ହୋଇ ଫାଇନାଲ ଖେଳିଥିଲା । ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କ୍ରିଡ଼ାବିତ ଦେବବ୍ରତ ପୁରୋହିତ , ଜ୍ଞାନରଞ୍ଜନ ମିଶ୍ର , ବିନୋଦ ଗାଇଗରିଆ , ବାସୁଦେବ ବେହେରା ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅଫ ଦଳ କୁ ଟ୍ରଫି ଓ ନଗଦ ଅର୍ଥ ରାଶି ପୁରସ୍କୃତ କରିଥିଲେ। ଅଭିଳାଷ ପୁରୋହିତ ଓ ଶ୍ରୀମତୀ ଦେହୁରୀ ମ୍ୟାଚ୍ ପରିଚାଳନା କରିଥିବା ବେଳେ ରାଧାକାନ୍ତ ମିଶ୍ର ସ୍କୋରିଂ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ