Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ବ ଶିଶୁ ପୁସ୍ତକ ଦିବସରେ ପିଲାଙ୍କ ପାଖରେ ପାଠାଗାର

ବରଗଡ଼: ଶିଶୁ ମାନଙ୍କ ପାଇଁ ପୁସ୍ତକ ଅପରିହାର୍ଯ୍ୟ। ସେମାନଙ୍କୁ ପୁସ୍ତକ ପ୍ରତି ଆକର୍ଷିତ କରିବାର ଗୁରୁ ଦାୟିତ୍ବ ସମସ୍ତ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ରହିଛି। ଏହି ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରେ ପାଳିତ ହେଉଥିବା “ଆନ୍ତର୍ଜାତୀୟ ଶିଶୁ ପୁସ୍ତକ ଦିବସ” ଗୁରୁବାର ବରଗଡ଼ର ‘ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର’ ତରଫରୁ ପାଳିତ ହୋଇଯାଇଅଛି। ଏହି ଅବସରରେ ସ୍ଥାନୀୟ ସ୍ମୃତି ନଗର ପରିସର ରାସ୍ତାକଡ଼ରେ ପଡାର ଶିଶୁ ମାନଙ୍କୁ ନେଇ ଏକ “ପଥପ୍ରାନ୍ତ ପାଠାଗାର” କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଆଗ୍ରହର ସହିତ ଅଂଶ ଗ୍ରହଣ କରି ନିଜ ପସନ୍ଦ ମୁତାବକ ବହି ଚୟନ କରି ପାଠ କରିଥିଲେ। ଶିଶୁ ମାନଙ୍କ ମଧ୍ୟରେ ପ୍ରିଂଶୁ ସାହୁ, ଆର୍ୟନ ବରିହା, ଶ୍ରେଂୟଶ ଦାଶ, ମନୀଷ କୁମାର ଶିକ୍କା, ସୌମ୍ୟରଞ୍ଜନ ପୂଜାରୀ,ରୁଦ୍ରାଂଶ ମେହେର, ଯୁବରାଜ ଭୋଇ, ଓମ୍ ପ୍ରକାଶ ପ୍ରଧାନ, ସାଇ ସ୍ବରୂପ ସାହୁ, ଓଲି ପାଣ୍ଡେ, ତନୁ ପାଣ୍ଡେ, ରୁଦ୍ର ସାହୁ, ରିୟା ଗୁପ୍ତା, ତୁଷାର ପଣ୍ଡା, ଶ୍ରୀୟାଂଶ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରି ମନଯୋଗ ସହକାରେ ପୁସ୍ତକ ପଠନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରୀ ଅରବିନ୍ଦ ସ୍କୁଲର ଆର୍ୟନ ବରିହା, ବିକାଶ ଫାଷ୍ଟ ଷ୍ଟେପର ମନୀଷ କୁମାର ଶିକ୍କା,ଫ୍ଲୋରା ଆଇସିଏସଇ ସ୍କୁଲର ତୁଷାର ପଣ୍ଡା ଓ ତନୁ ପାଣ୍ଡେ ଙ୍କୁ ପୁରସ୍କୃତ କରାଯାଇଥିଲା।
‘ଶିଶୁଶ୍ରୀ’ର ଆବାହକ ଡକ୍ଟର ରବିନାରାୟଣ ସାହୁ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପଡ଼ାର ଅଧିବାସୀ ମାନଙ୍କ ମଧ୍ୟରୁ ସମ୍ପଦ ସାହୁ, ବିନୋଦ ଶର୍ମା, ଅନୀଲ ଶର୍ମା, ଶଙ୍କର ଅଗ୍ରୱାଲ ପ୍ରଦୀପ ମିଶ୍ର ଲୁକୁ ଶିକା ପ୍ରମୁଖ ପରିଚାଳନା କରିଥିଲେ।
ଆବାହକ ଡ. ରବି ନାରାୟଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ