ସଡକ ଦୁର୍ଘଟଣାରେ ଲୁତୁରପଙ୍କ ଗ୍ରାମ ର ଯୁବ କ୍ରିକେଟ ଖେଳାଳି ର ମୃତ୍ୟୁ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମ ର ଯୁବ କ୍ରିକେଟ ଖେଳାଳି ବଶିଷ୍ଠ ମଲ୍ଲିକ (26 ବର୍ଷ) ଙ୍କ ସଡକ ଦୁର୍ଘଟଣାରେ ଶୁକ୍ରବାର ରାତ୍ରୀରେ ମୃତ୍ଯ ବରଣ କରିଥିବା ଜଣାପଡିଛି l ବଶିଷ୍ଠ ଝାରସୁଗୁଡ଼ା ର ବେଦାନ୍ତ କମ୍ପାନୀର ଅଗ୍ନିଶମ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ l ସେ ନିଜ ଘରୁ ତାଙ୍କ କର୍ମ ସ୍ଥାଳୀ କୁ ବାଇକ ଯୋଗେ ଯାଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଛକ ନିକଟରେ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ l ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରିବା ପରେ ଗୁରୁତର ଅବସ୍ଥାରେ ସେଠାରୁ ନେଇ ବରଗଡ଼ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା I ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ l ବରଗଡ଼ ରେ ଶବ ବ୍ୟବଚ୍ଛେଦ କରାଯିବ ପରେ ତାଙ୍କ ନିଜ ଗ୍ରାମ ଲୁତୁରପଙ୍କ କୁ ଅଣାଯାଇ ଥିଲା I ଶୋକାକୁଳ ପରିବେଶ ରେ ଗାଁ ଶ୍ମଶାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା I ତାଙ୍କର ବଡ଼ ଭାଇ ବିମଲ ମଲ୍ଲିକ ମୁଖାଗ୍ନି ଦେଇଥିଲେ I ବଶିଷ୍ଠ ଗତ ଜାନୁୟାରୀ 20 ତାରିଖରେ ବିବାହ କରିଥିଲେ l