ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅଶୋକ କୁମାର କର ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ଆଜି ଏ ଉପଲକ୍ଷେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ସଭାପତିତ୍ୱ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ସଭା ରେ ଛାତ୍ର, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଶ୍ରୀ କର ଙ୍କ କାର୍ଯ୍ୟଦକ୍ଷତା, ସମୟନୁବର୍ତ୍ତିତା ଓ ଛାତ୍ରବତ୍ସତଳତା ଗୁଣ ଗୁଡିକ ସମ୍ପର୍କ ରେ ଆଲୋଚନା କରିବା ସହ ତାଙ୍କ ସୁଖ ଓ ନିରାମୟ ଅବସର ଜୀବନ ପାଇଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଥିଲେ l ଶ୍ରୀ କର ତାଙ୍କର ବିଦାୟୀ ଭାଷଣ ରେ ବିଦ୍ୟାଳୟ ରେ ବିତାଇ ଥିବା ସୁଖଦ ଅନୁଭୂତି ର ବର୍ଣ୍ଣନା କରିବା ସହ ବିଦ୍ୟାଳୟ ର ପୁରାତନ ଛାତ୍ର ହିସାବ ରେ ବିଦ୍ୟାଳୟ ସହ ସର୍ବଦା ଜଡିତ ରହିବା ର ପ୍ରତିଶ୍ରୁତି ଦେଇଥିଲେ l ସୂଚନା ଯେ ଶ୍ରୀ କର ବାଳିକା ଉଚ୍ଚ ବିଦ୍ୟାଳୟ, ରାମପୁର ରେ 1989 ମସିହା ରେ ଚାକିରୀ ଜୀବନ ଆରମ୍ଭ କରିଥିବାବେଳେ ଲୁତୁରପଙ୍କ ଉଚ୍ଚ ବିଦ୍ୟାଳୟ , ସୁବଳୟା ଉଚ୍ଚ ବିଦ୍ୟାଳୟ , କେନ୍ଦୁପାଲି ଉଚ୍ଚ ବିଦ୍ୟାଳୟ ରେ ଦକ୍ଷତା ସହ କାର୍ଯ୍ୟନିର୍ବାହ କରି ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରୁ 31.3.2025 ରେ ଅବସର ଗ୍ରହଣ କରିଛନ୍ତି l
ବୀରମହାରାଜପୁର ସରକାରୀ ବାଳକ ବିଦ୍ୟାଳୟ ରେ ହିନ୍ଦି ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
