ଢେଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ


ଉଲୁଣ୍ଡା : (ସୌମିତ୍ରି ମେହେର)
ସନ୍ଥକବି ଭୀମ ଭୋଇଙ୍କ ଦାର୍ଶନିକ ବାଣୀ ଏକ ସୁସ୍ଥ ଓ ଆଧ୍ୟାତ୍ମିକ ସମାଜ ଗଠନପାଇଁ ଏକାନ୍ତ ଅପରିହାର୍ଯ୍ୟ ବୋଲି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଢେଲେ଼ଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ତାଙ୍କ ଅଭିଭାଷଣରେ କହିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏଇ ସ୍କୁଲର ବାର୍ଷିକ ଉତ୍ସବ “ମହୁଲି ଚଇତି”ରେ ବିଦ୍ୟାଳୟର ଶିକ୍ଷକ ସ୍ଵାଧୀନ ପ୍ରଧାନ ସ୍ବାଗତ ସମ୍ଭାଷଣ , ପୁରନ୍ଦର ଭୋଇ ଅତିଥି ପରିଚୟ ଓ ଆଶିଷ କୁମାର୍ ପର୍ଡିଆ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲା ବିଦ୍ୟାଳୟରେ ସନ୍ଥ ଭୀମଭୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଛାତ୍ରଛାତ୍ରୀ ଶିକ୍ଷକ ଅଭିଭାବକ ଓ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବୀରମହାରାଜପୁର , ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡକ୍ଟର ଦ୍ଵିତୀକୃଷ୍ଣ ପଣ୍ଡା ସମାଜରେ ପିତାମାତା , ଗୂରୁ ଓ ଭଗବାନଙ୍କର ସେବା ଓ ତାର ସୁଫଳ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକେଶ ଭୋଇ ଓ ସମାଜସେବୀ ତ୍ରିନାଥ ଭୋଇ ସାମ୍ପ୍ରତିକ ସମାଜରେ ଶିକ୍ଷା ଓ ମୂଲ୍ୟବୋଧ ସଂପର୍କରେ ଆଲୋକପାତ କରିଥିଲେ । କଳା ସସ୍କୃତି ଓ ଶିକ୍ଷାର ପ୍ରସାର ଦିଗରେ ମହତ୍ତ୍ୱପୂର୍ଣ୍ଣ ଅବଦାନଯୋଗୁଁ ଆଦର୍ଶ ଶିକ୍ଷକ ଭାବରେ ଲକ୍ଷ୍ମୀ ନାରାୟଣ ସାହୁ , ପ୍ରାଣବନ୍ଧୁ ସାହୁ , ହୃଷିକେଶ ଚାନ୍ଦ , ବେଣୁଧର ସୁରୁଜାଲ , ଦିଲ୍ଲୀପ କୁମାର ମିଶ୍ର , ମୋନାଲିସା ପରମାଣିକ , ହିଂମାଶୁ ଭୂଷଣ ପଣ୍ଡା , ଅଶୋକ କୁମାର ବିଶି, ବନବାସ ମେହେର, ସଂଜୀବ ସେଠି , ବିଉଟି ପାଢ଼ୀ , ମାଟିର କଳାକାର ପ୍ରଦେଶୀ ଭରାସାଗର ଓ ଇନ୍ଦ୍ରଜିତ କୁମ୍ଭାର, ଦୀପାନ୍ଵିତା ମହାରଣା ଶିକ୍ଷା ସଂଗଠକ ବନମାଳୀ ପାଢ଼ୀ ଓ ଦୟାନିଧି ଦେବତାଙ୍କୁ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟର ବିବିଧ ବିଭାଗରେ ଶ୍ରେଷ୍ଠ କୃତିତ୍ୱ ଅର୍ଜନ ପାଇଁ ବିଷ୍ଣୁପ୍ରିୟା, ଗୀତାଞ୍ଜଳି, ରେସ୍ମା,ଶୁଭମ୍, ଲିଲିମା, ଶାଶ୍ଵତ,ରଞ୍ଜିତା ,ମିକିରାଣୀ ,ଭାରତୀ, ସଲମନ୍, ପୂଜାଲିଜା, ସୋନାଲି ରୂପାଲି, ସାଇ ଆଶିଷ, ରାକେଶ , ମାଳତି ପ୍ରଭୁତି ୫୦ ଜଣ ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ତାପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ଅନିରୁଦ୍ଧ କୁରୁକୁରିଆ ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ଆନନ୍ଦ ପାଢ଼ୀ ।