Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୮ ଜଣ ଆଇଏଏସ ଅଧିକାରୀଙ୍କର ବଦଳି ସହ ହେଲା ପଦୋନ୍ନତି

ଆଇଏଏସ ସ୍ତରରେ ହେଲା ବଡ଼ ଧରଣର ଅଦବଦଳ । ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ପଦୋନ୍ନତି ପରେ ନିଯୁକ୍ତି ଦେଇଛନ୍ତି ସରକାର। ଏକକାଳୀନ ୨୮ ଜଣ ଆଇଏଏସଙ୍କୁ ବଦଳି ସହିତ ପଦୋନ୍ନତି ନେଇ ଆଜି ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଇଏଏସ ଧରମା ହାଁସଦା-ଯୁଗ୍ମ ଜଙ୍ଗଲ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଥିବା ବେଳେ ରାନୀ ମହାପାତ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

ଲିଲି କୁମାରୀ କୁଲୁ ରାଜସ୍ଵ ବିଭାଗର ଯୁଗ୍ମ ସଚିବ ହୋଇଥିବାବେଳେ ଆରାଧନା ଦାସଙ୍କୁ ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ସେହିପରି ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ନରହରି ସେଠୀ । ସେ ଏହି ବିଭାଗରେ ସ୍ୱତନ୍ତ୍ର ସଚିବ ଥିଲେ ।

ସେହିପରି ହସ୍ତତନ୍ତ ବିଭାଗର ଯୁଗ୍ମ ସଚିବ ଏବଂ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ହୋଇଛନ୍ତି ମଧୁସ୍ମିତା ରଥ । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ଦେବାଶିଷ ସିଂହ, ପ୍ରତାପ ଚନ୍ଦ୍ର ହୋତା ସଂସଦୀୟ ବ୍ୟାପାର ବିଭାଗର ଯୁଗ୍ମ ସଚିବ, ରେଗା ଗୀତାରାନି ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ, ଅର୍ଚ୍ଚନା ଦାସ ପଟ୍ଟନାୟକ ଅବକାରୀ ବିଭାଗର ଯୁଗ୍ମ ସଚିବ, ଏବଂ ଗୃହ ବିଭାଗର ଯୁଗ୍ମ ସଚିବଭାବେ ନିଯୁକ୍ତି ପାଇଛନ୍ତି ନିବେଦିତା ପୃଷ୍ଟି ।

ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ସ୍ୱୟଂ ପ୍ରଭା ମହାନ୍ତି ହୋଇଥିବାବେଳେ ଖାଦ୍ୟ ପରିବହନ ଓ ଗ୍ରାହକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ଅଞ୍ଜନା ପଣ୍ଡା ଓ ସୁଦାମ ଚରଣ ମଣ୍ଡଳ । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ଗିରିଶ ଚନ୍ଦ୍ର ସିଂହ ।

ଅନ୍ୟପକ୍ଷରେ ସାମାଜିକ ନିରାପତ୍ତା ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ, ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ, ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ, ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ବିରେନ୍ଦ୍ର କୋର୍କୋରା, ଅନୁସୁଚିତ ଜାତି କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଦେଓଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ରିଭିଜିନାଲ କୋର୍ଟ ଅତିରିକ୍ତ ଆୟୁକ୍ତ ପ୍ରଦୀପ କୁମାର ନାୟକ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଭୁବନେଶ୍ୱର ଶାଖା ଆୟୁଷ ନିର୍ଦ୍ଦେଶକ ପ୍ରେମଜିତ ନାୟକ, ଭୁବନେଶ୍ୱର ଓବିସି ଶାଖାର ନିର୍ଦ୍ଦେଶକ ଯୁଗଳେଶ୍ୱରୀ ଦାଶ, ଉପମା କାଲୋ ଏବଂ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଏସସିସରୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ