Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚମ୍ପାପୁର ରେ ଚାରି ଶମ୍ଭୁ ମହା ମିଲନ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଚମ୍ପାପୁର ଠାରେ ଚାରି ଶମ୍ଭୁ ମିଳନ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ପୁର୍ବାହ୍ନ ୧୦ ଟାରେ ବୀରମହାରାଜପୁର ମେଳନ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ ଚାରି ଶମ୍ଭୁ । ବଡ଼ମାଲର ସ୍ଵପ୍ନେଶ୍ଵର ମହାଦେବ ବାବା , କୁଞ୍ଜାପାଲିର ଗୁପ୍ତେଶ୍ୱର ମହାଦେବ ବାବା, ଉଲୁଣ୍ଡା ର ଭୂବନେଶ୍ବର ମହାଦେବ ବାବା ଓ ପିତାମହୁଲର ସ୍ବପ୍ନେଶ୍ବର ମହାଦେବ ବାବା ତାଙ୍କ ଛତି , ଛତ୍ର , ବାନା , ବୈରଖ , ଆଲଟ , ଚାମର ଧରି ମୁଖ୍ୟ ଛକ , ଜଗନ୍ନାଥ ମନ୍ଦିର ଛକ ଦେଇ ଚମ୍ପାପୁର ପଡ଼ିଆରେ ପହଞ୍ଚିଥିଲେ । ସେଠାରେ ଚାରି ଶମ୍ଭୁଙ୍କୁ ଭେଟ କଲା ପରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଆୟୋଜନ ସୁବଳୟା କଲେଜ ଅଧ୍ୟକ୍ଷ ରମାକାନ୍ତ ପୁରୋହିତ ଓ ତାଙ୍କ ଧର୍ମ ପତ୍ନୀ ଜ୍ୟୋତି ପୁରୋହିତ କର୍ତ୍ତା ଭାବରେ କାର୍ଯ୍ୟ କରିଥିବା ବେଳେ ପୁଜକ ଭାବରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପୁରୋହିତ, କିଶୋର ପାଣିଗ୍ରାହୀ କାର୍ଯ୍ୟ ତୁଲାଇଥିଲେ । ଗିରିଜା ଶଙ୍କର ପଣ୍ଡା , ଚିତ୍ତ ରଞ୍ଜନ ଦାସ ଯଜ୍ଞ କାର୍ଯ୍ୟ ରେ ସହଯୋଗ କରିଥିଲେ । ବୀରମହାରାଜପୁର ଜଗନ୍ନାଥ ମହିଳା ସଙ୍କିର୍ତ୍ତନ୍ୟ ମଣ୍ଡଳିର ସମସ୍ତ କାର୍ଯ୍ୟ କର୍ତ୍ତା ଓ ଶିକ୍ଷକ ନାରାୟଣ ବେହେରା ଓ ଚମ୍ପାପୁର ପଡା ବାସୀ ସହଯୋଗ କରିଥିଲେ। ଅପରାହ୍ନ ଚାରିଟାରୁ ଧୂଳି ଦଣ୍ଡ ବା ପାଣି ଦଣ୍ଡ ଅନୁଷ୍ଠିତ ହୋଇ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଚାଲିଥିଲା ‌। ରାତି ୧୦ ଠାରେ ଷୋହଳ ସୁଆଙ୍ଗ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇ ସାରାରାତି ସୁଆଙ୍ଗ ଚାଲିଥିଲା। ଚାରି ଶମ୍ଭୁ ମେଳଣ ଉତ୍ସବ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଦେଇଥିଲା ।