Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମରପାଲି ଗ୍ରାମରେ ଛୁଆ ଚୋରି ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଅମରପାଲି ଗ୍ରାମରେ ଛୁଆ ଚୋରୀ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକଙ୍କୁ ଛୁଆ ଚୋରୀ ଅଭିଯୋଗ ରେ ନିସ୍ତୁକ ମାଡ଼ ଦେଇ ପରେ ପୋଲିସ ରେ ଜିମା ଦେଇଛନ୍ତି ।ଅଭିଯୁକ୍ତ ଯୁବକ ଜଣକ ହେଲେ କିଶୋରନଗର ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ସ୍ଵାଧୀନ ବେହେରା ବୋଲି ଜଣା ପଡ଼ିଛି । ଅଭିଯୋଗ ଅନୁସାରେ ଗୁରୁବାର ଅପରାହ୍ନ ରେ ଅମରପାଲି ଗ୍ରାମର ଶ୍ରୀମଦ ଭିସର ଙ୍କ ପୁଅ ଙ୍କୁ ପ୍ରଲୋଭନ ଦେଖାଇ ଯୁବକ ଜଣକ ନେଉଥିଲେ। ବାଟରେ ସନ୍ଦେହ ହେବାରୁ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ପଚରା ଉଚୁରା କରିଥିଲେ। ଅଭିଯୁକ୍ତ ଯୁବକ ଦୌଡ଼ି ଦୌଡ଼ି ପଳାଉ ଥିବା ବେଳେ ବହଳପଦର ନିକଟରେ ତାକୁ ଲୋକେ ଧରି ଥିଲେ। ଅଭିଯୁକ୍ତ ଯୁକଙ୍କ କଥା ବାର୍ତ୍ତା ସନ୍ଦେହ ଜନକ ହୋଇଥିଲା। ଫଳରେ ଉତ୍ୟକ୍ତ ଲୋକେ ଛୁଆ ଚୋରୀ ଅଭିଯୋଗ ରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ପୋଲିସ କୁ ଖବର ଦିଆ ଯାଉଥିଲା । ବୀରମହାରାଜପୁର ପୋଲିସ ଯୁବକ କୁ ଥାନା ରେ ଅଟକ ରଖିଛି। ଏନେଇ ଥାନା ରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣା ପଡ଼ିଛି। ଯୁବକ ଜଣକ ନିଶାସକ୍ତ ଥିବା ବେଳେ ପୋଲିସ ତା ପାଖରୁ ଏକ ଛୁରୀ ଜବତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ