Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଣେଇ ଡ୍ରାଇଭିଂ ଟ୍ରେନିଂ ସଂସ୍ଥାରେ ବୀରମହାରାଜପୁରର ପ୍ରହଲ୍ଲାଦ ବିହାରୀ ଦାଶ ପୁରସ୍କୃତ ହେଲେ ସର୍ବ ପ୍ରଥମ ହୋଇ

ବୀରମହାରାଜପୁର : (ସୌମିତ୍ରି ମେହେର) ବଣେଇଟ୍ରେନିଂ ଡ୍ରାଇଭିଂ ସଂସ୍ଥା ତରଫରୁ ତିନ୍ ଦିନ ପ୍ରଶିକ୍ଷଣ ଶିବିର ହେବି ଲାଇସନ୍ସ ନବୀକରଣ ପ୍ରଶିକ୍ଷଣ ରେ ଏହି ବ୍ୟାଚ୍ ର ସର୍ବୋଚ୍ଚ ନମ୍ବର ରଖି ଉତ୍ତିନ୍ନ ହୋଇଥିବାରୁ ପ୍ରହଲ୍ଲାଦ ବିହାରୀ ଦଶ୍ ଙ୍କୁ ସର୍ବୋତ୍ତମ ପୁରସ୍କାର ଦେଇ ସମ୍ମାନିତ କରିଥିଲେ l ସରକାର ଙ୍କ ନୂଆ ପରିବହନ ନିଅମ ଅନୁସାରେ ଲାଇଟ୍ ଲାଇସନ୍ସ କୁ ହେବି କରିବା ପାଇଁ ଏକ ମାସ ଓ ହେବି କୁ ନବୀକରଣ କରିବା ପାଇଁ ତିନ୍ ଦିନ ପ୍ରଶିକ୍ଷଣ କରିବା ପାଇଁ ବାଧ୍ୟତା ମୂଳକ ଅଟେ l ରାଜ୍ୟ ସରକାର ଙ୍କ ଓଡିଶା ର ଚାରୋଟି ସ୍ଥାନ ରେ ଏହି ପ୍ରଶିକ୍ଷଣ ଶିବିର ଉପଲବ୍ଧ ଯଥା ବଣେଇଁ, କେଉଁଝର , ଛତିଆ ଓ ଭଞ୍ଜନଗର ଏହି ସ୍ଥାନ ମାନଙ୍କରେ ପ୍ରଶିକ୍ଷଣ କରିବାକୁ ହେଲେ ପ୍ରଥମେ ଏକ ଟୋଲ୍ ଫ୍ରି ନଂ ରେ ନିଜ ଫୋନ୍ ରୁ କଲ୍ କରି କେଉଁ ସ୍ଥାନ ରେ ତାଲିମ୍ ନେବେ ତାହା ଚୟନ କରିବେ ତାପରେ କିଛି ଦିନ ବ୍ୟବଧାନ ରେ ଚୟନ କରିଥିବା ସଂସ୍ଥା ତରଫରୁ ଫୋନ ଓ sms ଆସିବl ପରେ ଉକ୍ତ ସ୍ଥାନ କୁ ନିର୍ଦ୍ଧାରିତ ସମୟ ରେ ପହଞ୍ଚି ତାଲିମ ପ୍ରାପ୍ତ କରିବେ l ଉକ୍ତ ତାଲିମ୍ ରେ ଅଧ୍ୟୟନ କରୁଥିବା ସମସ୍ତ ବ୍ୟକ୍ତି ଙ୍କ ମଧ୍ୟରେ ପରୀକ୍ଷା ହୁଏ l ଉକ୍ତ ପରୀକ୍ଷା ରେ ସର୍ବାଧିକ ନମ୍ବର ରଖି ଉତ୍ତିନ୍ନ ହୋଇଥିବା ବ୍ୟକ୍ତି ଙ୍କୁ ଶ୍ରେଷ୍ଠ ପଦକ ଓ ମାନପତ୍ର ଦେଇ ସମ୍ମାନିତ କରାଯାଏ l ବିଗତ ୧୦/୦୪/୨୦୨୫ ରୁ ୧୨/୦୪/୨୦୨୫ ମଧ୍ୟରେ ହୋଇଥିବା ପ୍ରଶିକ୍ଷଣ ରେ ଏହି ବ୍ୟାଚ୍ ର ସର୍ବୋଚ୍ଚ ନମ୍ବର ରଖି ଉତ୍ତିନ୍ନ ହୋଇଥିବାରୁ ପ୍ରହଲ୍ଲାଦ ବିହାରୀ ଦଶ୍ ଙ୍କୁ ସର୍ବୋତ୍ତମ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ