ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମର ବଶିଷ୍ଠ ମଲ୍ଲିକ ନାମକ ଜଣେ ଯୁବକ ଗତ ୫ ତାରିଖରେ ଝାରସୁଗୁଡା ଜିଲ୍ଲା ବଡ଼ମାଳ ଛକ ରେ ସଡକ ଦୁର୍ଘଣାରେ ମୃତ୍ୟୁ ହୋଇଥିଲା । ଯୁବକ ଜଣକ ଏକ ଘରୋଇ କମ୍ପାନୀରେ ଅଗ୍ନିଶମ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଓଡ଼ିଶା ଫାୟାର ଆଣ୍ଡ ସେଫଟି ଏମ୍ପ୍ଲୋଇଜ ୱେଲଫେଆର ଏସୋସିଏସନ ର କର୍ମକର୍ତ୍ତା ବଶିଷ୍ଠ ଙ୍କ ଲୁତୁରପଙ୍କ ସ୍ଥିତ ବାସଭବନ କୁ ଶନିବାର ଅପରାହ୍ନ ରେ ଆସି ତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସଂଘ ର ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟି ଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ସାଗର କୁମାର ସାହୁ , ଶରତ ଚନ୍ଦ୍ର ବିଶ୍ବାଳ , ଜ୍ୟୋତିରଞ୍ଜନ ନାଏକ , କାହ୍ନୁ ଚରଣ ବିଶୋଇ , ଦିବ୍ୟ ମେହେର , ରଞ୍ଜିତ ମହାରଣା ପ୍ରମୁଖ ଦୁର୍ଘଟଣା ରେ ମୃତ ବଶିଷ୍ଠ ଙ୍କ ପରିବାର ଙ୍କୁ ସମବେଦନା ଜଣାଇବା ସହିତ ପ୍ରାୟ ୨୯ ହଜାର ୫ ଶହ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମର ସୁଶିଲ କୁମାର ପ୍ରଧାନ , ଆଶିଷ ମେହେର ପ୍ରମୁଖ ଉପସ୍ଥିତ ଥିଲେ l
ଲୁତୁରପଙ୍କ ଗ୍ରାମ ବଶିଷ୍ଠ ମଲିକ ଙ୍କ ଦୁର୍ଘଟଣା ରେ ମୃତ୍ୟୁ ପରେ ପରିବାର ବର୍ଗଙ୍କୁ ସହାୟତା
