Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜ ର ତିନି ଜଣ ଛାତ୍ରଛାତ୍ରୀ ରାଜ୍ୟପାଳ ଙ୍କ ଦ୍ଵାରା ସମର୍ଦ୍ଧିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ଗତକାଲି ତା୧୪.୦୪.୨୫ ଦିନ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଭୁବନେଶ୍ଵର OUATରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଓଡ଼ିଆ ପକ୍ଷ ଉଦଜାପନୀ ସମାରୋହରେ ବୀରମହାରାଜପୁର ମହାବିଦ୍ୟାଳୟ ତିନିଜଣ ଛାତ୍ରଛାତ୍ରୀ ଓଡ଼ିଶାର ମାନ୍ୟବର ମହାମହୀମ ରାଜ୍ୟପାଳଙ୍କ ଦ୍ୱାରା ସଂବର୍ଦ୍ଧିତ ହୋଇଛନ୍ତି । ଜିଲ୍ଲାସ୍ତରୀୟ ଓଡିଆ ପକ୍ଷ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିବା ଯୁବଲେଖକ ସମ୍ମିଳନୀରେ ବୀରମହାରାଜପୁର ମହାବିଦ୍ୟାଳୟର ଛାତ୍ର ସୁମନ୍ତ ସାମଲ (ଯୁକ୍ତ ୩ ଓଡ଼ିଆ ସମ୍ମାନ) ଗଳ୍ପ ଲିଖନ , କବିତାରେ ଚନ୍ଦ୍ରିକା କର୍ଣ୍ଣ (ଯୁକ୍ତ ୩ ଓଡ଼ିଆ ସମ୍ମାନ ) ପ୍ରବନ୍ଧ ଲିଖନରେ ବିୟୁଟୀ ସାହୁ (ଯୁକ୍ତ୩ ରାଜନିତୀ ବିଜ୍ଞାନ) ସମଗ୍ର ଜିଲ୍ଲାରେ ପ୍ରଥମସ୍ଥାନ ଅଧିକାର କରିଥିଲେ । ଛାତ୍ରଛାତ୍ରୀଙ୍କ କଠିଣ ପରିଶ୍ରମ ଓ ଆତ୍ମବିଶ୍ୱାସ , ସଂଯୋଜିକା ଓଡ଼ିଆ ଅଧ୍ୟାପିକା ଯାମିନୀ ଦାଶଙ୍କ ପ୍ରେରଣା ଓ ପ୍ରଚେଷ୍ଟା ମହାବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ଗଣମାଧ୍ୟକୁ ଜଣେଇଛନ୍ତି । ସଂଯୋଜିକା ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସମଗ୍ର ସୋନପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ତିନୋଟି ବିଭାଗର ପ୍ରତିଯୋଗୀତାରେ ବୀରମହାରାଜପୁର ମହାବିଦ୍ୟାଳୟର ତିନିଜଣ ଛାତ୍ରଛାତ୍ରୀ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ,ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଯାହା ବୀରମହାରାଜପୁର ମହାବିଦ୍ୟାଳୟ ଓ ଏ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ