Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳର ପ୍ରଥମ ଓଡ଼ିଆ ଚଳଚିତ୍ର ପ୍ରୀତି ବନ୍ଧନ ଚଳିତ ମାସ ୨୫ ତାରିଖରେ ମୁକ୍ତିଲାଭ କରିବ

କନ୍ଧମାଳ: ସମଗ୍ର କନ୍ଧମାଳ ରେ ଖୁସିର ଲହରୀ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ଗାଁର ଜଣାଶୁଣା ସମାଜସେବୀ, ଚଳଚ୍ଚିତ୍ର ଅଭିନେତା ତଥା ପ୍ରଯୋଜକ ପ୍ରଶାନ୍ତ ନାଏକଙ୍କ ଦ୍ୱାରା ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରୀତି ବନ୍ଧନ’ ଚଳିତ ମାସ ୨୫ ତାରିଖ ଦିନ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି। ତେବେ ନେକ୍ସଟଡୋର ଫିଲ୍ମ ବ୍ୟାନରରେ ଏହି ଚଳଚ୍ଚିତ୍ରର ସେନ୍ସର ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୫ରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି। ଏହି ଚଳଚ୍ଚିତ୍ରଟି ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ଅତି ନିକଟରୁ ଦର୍ଶକ ମାନଙ୍କୁ ପରିଚିତ କରିବ ବୋଲି ପ୍ରଯୋଜକ କହିଛନ୍ତି। ଚଳଚ୍ଚିତ୍ରଟି ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ନିର୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ତଥା ଅଭିନେତା ରାସେଶ ମହାନ୍ତି। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ତଥା ମେଲୋଡି ମେକର ଅଭିଜିତ ମଜୁମଦାର। ଶ୍ରୁତି ଆର ଓ ସୁଧାକର ବସନ୍ତ ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର କ୍ରି୍ଏଟିଭ ହେଡ଼ ଓ ମିଡ଼ିଆ ପ୍ଲାନର ପ୍ରଣୟ ଜେଠି ଏହି ଚଳଚ୍ଚିତ୍ରଟି ନିଚ୍ଛକ ଓଡ଼ିଆ ଘରର କାହାଣୀ ବୋଲି କହିବା ସହ ଚଳଚ୍ଚିତ୍ରଟି ପ୍ରଯୋଜନା ସଂସ୍ଥାର ପ୍ରଥମ ଅବଦାନ ବୋଲି କହିଛନ୍ତି। ଏଥିରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଭାବରେ ସମ୍ବିତ, ତମନ୍ନା ଓ ତୃପ୍ତି ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, ପୃଥ୍ୱୀରାଜ ନାଏକ, ଭୂପତି ତ୍ରିପାଠୀ, କେଦାର ମିଶ୍ର, ଥିନ, ସର ଅପା, ଅଳକା, ପ୍ରଶାନ୍ତ ନାଏକ ନୁପୁର ଓ ସସ୍ମିତା ପ୍ରମୁଖ ନିଖୁଣ ଅଭିନୟ କରିଥିବା ଜଣାପଡିଛି। ଏହି ଚଳଚ୍ଚିତ୍ରଟି ଓଡ଼ିଶାର ବଛା ବଛା ୨୦ଟି ସିନେମା ହଲରେ ଏକସଙ୍ଗରେ ମୁକ୍ତି ଲାଭ କରିଵା ସହ ପ୍ରିମିୟମ ସୋ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀରେ ଥିବା ଶ୍ରଦ୍ଧାଞ୍ଜଳି ଟକିଜରେ ହେବ ବୋଲି ପ୍ରଯୋଜକ ପ୍ରଶାନ୍ତ ନାଏକ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ