Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଫାଇନ୍ କଳାହାଣ୍ଡି ପକ୍ଷରୁ ଅବକାରୀ ଅଧିକ୍ଷକ ଙ୍କୁ ଦାବିପତ୍ର ପ୍ରଦାନ।

କଳାହାଣ୍ଡି:୧୬/୦୪
କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ ରେ ଦିନକୁ ଦିନ ଦେଶୀ ମଦ ଭାଟି ଓ କୋଠୀ ରେ ବେଆଇନ ଭାବରେ ମଦ ବିକ୍ରି ହେଉଛି । ସରକାରୀ ନିୟମ ହିସାବ ରେ ଯେଉଁ ଭଳି ଭାବରେ ବିକ୍ରି ହେବା କଥା ସେହି ଭାବରେ ବିକ୍ରି ହେଉନାହିଁ । ସରକାରୀ ନିୟମ କୁ ଫୁ କରି ବେନିୟମ ଭାବରେ ନିୟମ କାନୁନ୍ କୁ ଉଲଂଘନ କରି ଭାଟି ଓ କୋଠୀ ରେ ମଦ ବିକ୍ରି ହେଉଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ନିରୀହ ଗରିବ ଖଟିଖିଆ ମଜୁରିଆ ଦିନରାତି ପରିଶ୍ରମ କରି ସେହି ପାରିଶ୍ରମିକ ଟଙ୍କା କୁ ନେଇ ମଦ ଭେଟି ରେ ମଦ ପିଉଛନ୍ତି ଯାହା ଫଳରେ ଅନେକ ପରିବାର ନଷ୍ଟ ହେବାରେ ଲାଗିଛି । ଯାହାକୁ ନେଇ ଡିଫାଇନ୍ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ବାରମ୍ବାର ଏ ବିଷୟରେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି । ଆଜି ଡିଫାଇନ୍ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ଙ୍କ ନିର୍ଦ୍ଦେଶ ରେ କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ ରେ ଥିବା ବେଆଇନ ମଦ ଭାଟି କୁ ବନ୍ଦ କରିବା,ମଦ କୋଠୀ ବନ୍ଦ କରିବା,ସରକାରୀ ନିୟମ କୁ ଉଲଂଘନ ମଦ ବିକ୍ରି କରୁଥିବା ଭାଟି ପ୍ରତି ପଦକ୍ଷେପ ନେବା ଆଦି ସମସ୍ୟା କୁ ନେଇ କଳାହାଣ୍ଡି ଜିଲ୍ଲା ଅବକାରୀ ଉପ ଅଧିକ୍ଷକ ସାଗରିକା ପ୍ରଧାନ କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ଯଦି ସାତଦିନ ଭିତରେ ଦାବି ପୂରଣ ନହେଲେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଜୟନ୍ତ ନାଏକ ଙ୍କ ନେତୃତ୍ୱରେ,ବିଦ୍ୟାଧର ମୁଣ୍ଡ,
କାଳିଆ ସରାଫ,ଚୋଲ ଶଙ୍କର କହଁର, ପ୍ରଣବ ଭୋକ୍ତା,ନିଲୁ ପଣ୍ଡା,ମନୋଜ ରାଉତ,ଅଭିଷେକ ଗହିର ସମେତ ଅନ୍ୟମାନେ ଏହି ଦାବି ପତ୍ର ପ୍ରଦାନ ସମୟର ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ