Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ପଣ୍ଡା ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ
ଚକାବାର କ୍ଲଷ୍ଟର ଅନ୍ତର୍ଗତ ଚକାବାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଝାରକୁମୁଣ୍ଡା ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମାଳୟା ପଣ୍ଡା ଚାକିରିରୁ ଅବସର ଗ୍ରହଣ କରୁଥିବାରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପଦ୍ମାଳୟା ପଣ୍ଡା ଉପସ୍ଥିତ ଥିବାବେଳେ, ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭୂଷଣ କୁମାର ପାତ୍ର , ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବର୍ଣା ଡୁଙ୍ଗ ଡୁଙ୍ଗ, ପ୍ରଧାନ ଶିକ୍ଷକ ଅମ୍ବରିଶ ପଣ୍ଡା ଓ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଭା ସଂଯୋଜନା କରିଥିଲେ ଟାଙ୍ଗରସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ବଗର୍ତ୍ତି । କାର୍ଯ୍ୟକ୍ରମରେ ଚକାବର କ୍ଲଷ୍ଟର ସି ଆରସିସି ନାରାୟଣ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଉତ୍ସବରେ ଚକlବର କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ପଣ୍ଡାଙ୍କ ଦୀର୍ଘ ଶିକ୍ଷଣ ଜୀବନ , ଛାତ୍ର ବତ୍ସଳ ଓ ତାଙ୍କ ସେବାଭାବକୁ ସମ୍ବର୍ଦ୍ଧନା ପୂର୍ଣ୍ଣ ଭାବରେ ଅତିଥି ମାନେ ସ୍ମୃତି ଚାରଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ