ଓଡ଼ିଶା ଡଟ୍ ନ୍ୟୁଜ୍: ଉତ୍ତର-ପୂର୍ବ ଦିଲ୍ଲୀର ଦୟାଲପୁରରେ ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ିଲା କୋଠା । ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ୧୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ରାତି ପ୍ରାୟ ୩ଟା ବେଳେ ହଠାତ ଭୁଶୁଡ଼ି ପଡ଼ିଥିଲା କୋଠା । ଏନଡିଆରଏଫ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଲାଇଛନ୍ତି ।
ଘଟଣାସ୍ଥଳରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତି ପାଖାପାଖି ୩ଟାରେ କୋଠା ଭୁଷୁଡ଼ିବା ନେଇ ଅଗ୍ନିଶମ ବିଭାଗକୁ ଫୋନ ଆସିଥିଲା । ଅଗ୍ନିଶମ ବିଭାଗ ସହ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଏବେବି ଲୋକଙ୍କୁ ଉଦ୍ଧାର କରାଯାଉଛି । ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।