Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିଯୁକ୍ତ କୁ ଗିରଫ ଦାବିରେ ବୀରମହାରାଜପୁର ଥାନା ଘେରାଉ

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ଥାନା ଅନ୍ତର୍ଗତ ପଣ୍ଡାପାଲି ବ୍ରିଜ ନିକଟରେ ଏକ ଗଣ୍ଡଗୋଳ କୁ ନେଇ କମଳପୁର ଗ୍ରାମର ପ୍ରକାଶ କୁମାର ଲୁହା ବୀରମହାରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପତ୍ରରେ ସାନନ୍ଦ ମେହେର ଓ ନୀତିଶ ନାମକ ଦୁଇ ଜଣ ବ୍ୟକ୍ତି ଗତ୧୫/୪/୨୫ ମଙ୍ଗଲବାର ଦିନ ଅପରାହ୍ନ ସମୟରେ ଏକ ଧଳା ରଙ୍ଗର ଚାରିଚକିଆ ଗାଡ଼ିରେ ଆସି ତାଙ୍କୁ ଅଟକାଇ ଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଏକ ପିସ୍ତଲ ବାହାର କରି ପ୍ରକାଶ ର ମୁଣ୍ଡରେ ରଖିଦେଇ ତାଙ୍କଠାରୁ ଏକ ସୁନା ଚେନ ଓ ତିନି ହଜାର ଟଙ୍କା ନେଇଯାଇଥିଲେ । ତାଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ନୀତିଶ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ଏନେଇ ୧୫/୪/୨୫ ରେ ଏକ ମାମଲା ସାନନ୍ଦ ମେହେର ଓ ନିତିଶ ଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । କିନ୍ତୁ ଘଟଣାର ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରିବା ପ୍ରତିବାଦରେ ଶୁକ୍ରବାର ଦିନ ପ୍ରକାଶ ଙ୍କ ସମର୍ଥକ ଥାନା ଘେରାଉ କରିଥିଲେ । କିଛି ସମୟ ପାଇଁ ଥାନାରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ବୁଝାଶୁଝା କରିବା ପରେ ଲୋକ ମାନେ ଥାନାରୁ ହଟିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ