କର୍ଣ୍ଣାଟକର ପୂର୍ବତନ ଡିସିପିଙ୍କୁ ଗୁଳି କରି ହତ୍ୟା, ପତ୍ନୀଙ୍କୁ ଉଠାଇ ନେଲା ପୋଲିସ


ଓଡ଼ିଶା ଡଟ୍ ନ୍ୟୁଜ୍: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ଗୁଳି କରି ହତ୍ୟା । ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରୁ ରକ୍ତ ଜଡୁବୁଡୁ ମୃତଦେହ ଉଦ୍ଧାର । ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଓମ ପ୍ରକାଶଙ୍କ ହତ୍ୟାକାଣ୍ଡ ପଛରେ ତାଙ୍କ ପତ୍ନୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଘଟଣା ସମୟରେ ବାସଭବନରେ ପତ୍ନୀ ଓ ପୁଅ ଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପତ୍ନୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

୧୯୮୧ ବ୍ୟାଚର ଆଇପିଏସ କ୍ୟାଡର ଓମ ପ୍ରକାଶ ବିହାର ଚମ୍ପାରଣର ବାସିନ୍ଦା । ୨୦୧୫ ମସିହାରେ ଓମ ପ୍ରକାଶ ବେଙ୍ଗାଲୁରୁ ଡିଜିପି ନିଯୁକ୍ତ ହୋଇଥିଲେ । ସନ୍ଧ୍ୟାରେ ବେଙ୍ଗାଲୁରୁ ପୋଲିସକୁ ଫୋନ କରି ନିଜେ ଘଟଣା ସଂପର୍କରେ ସୂଚନା ଦେଇଥିଲେ ଓମ ପ୍ରକାଶଙ୍କ ପତ୍ନୀ । ହେଲେ ପୋଲିସ ପହଞ୍ଚିବା ପରେ କବାଟ ଖୋଲିବାକୁ ସ୍ତ୍ରୀ ମନା କରିଥିଲେ । ବହୁ କଷ୍ଟରେ ପୋଲିସ କବାଟ ଖୋଲି ଭିତରେ ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଓମ ପ୍ରକାଶଙ୍କ ମୃତଦେହ ପଡ଼ିଥିଲା । ଘରୋଇ ହିଂସା କିମ୍ୱା ମାନସିକ ଅବସାଦ କାରଣରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ବେଙ୍ଗାଲୁରୁ ପୋଲିସ ।