Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ମୋଦୀ ଅଶୋକ ଗେହଲଟଙ୍କୁ କହିଲେ ମିତ୍ର, ଏମିତି ଉତ୍ତର ରଖିଲେ ରାଜସ୍ଥାନ ସିଏମ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜସ୍ଥାନ ଗସ୍ତରେ ବୁଧବାର ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନାଥଦ୍ଵାରରେ ୫୫୦୦ କୋଟି ବଜେଟର ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଜନସଭାକୁ ସମ୍ବୋଧିତ କରି ଅଶୋକ ଗେହଲଟଙ୍କୁ ନିଜର ମିତ୍ର ବୋଲି ସମ୍ବୋଧିତ କରିଛନ୍ତି। ଏହା ପୂର୍ବରୁ ଅଶୋକ ଗେହଲଟ୍ କହିଛନ୍ତି ଆମ ମଧ୍ୟରେ କୌଣସି ଶତ୍ରୁତା ନାହିଁ, କେବଳ ବିଚାରଧାରାର ଲଢେଇ।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ଦେଶ ବିକାଶର ମନ୍ତ୍ରରେ ବିଶ୍ଵାସ କରେ। ରାଜସ୍ଥାନ ଦେଶର ସବୁଠୁ ବଡ଼ ରାଜ୍ୟ ମଧ୍ୟରୁ ଅନ୍ୟତମ। ରାଜସ୍ଥାନ ଭାରତର ଶୌର୍ଯ୍ୟ, ଭାରତର ଧରୋହର, ଭାରତର ସଂସ୍କୃତିବାହକ। ରାଜସ୍ଥାନ ଯେତେ ବିକଶିତ ହେବ ଭାରତର ବିକାଶକୁ ସେହିପରି ଗତି ମିଳିବ। ଆଜି ଦେଶର ଚାରି ଆଡେ ଭିତ୍ତିଭୂମି ନିର୍ମାଣରେ ଅଦ୍ଭୁତପୂର୍ବ ନିବେଶ ହେଉଛି। ରେଲଓ୍ଵେ ହେଉ, ହାଇଓ୍ଵେ ନିର୍ମାଣ ହେଉ କିମ୍ବା ଏୟାରପୋର୍ଟ। ପ୍ରତି କ୍ଷେତ୍ରରେ ଭାରତ ସରକାର ହଜାର ହଜାର କୋଟି ଟଙ୍କା ନିବେଶ କରୁଛନ୍ତି।

ଅଶୋକ ଗେହଲଟ୍ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଵାଗତ କରୁଛି। ମୁଁ ଖୁସି ଯେ ସେ ଆଜି ୪ ଜାତୀୟ ରାଜମାର୍ଗର ଲୋକାର୍ପଣ ଏବଂ ୩ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆମେ ସମସ୍ତେ ଜାଣିଛନ୍ତି ରାଜସ୍ଥାନ ଦେଶର ସବୁଠୁ ବଡ଼ ରାଜ୍ୟ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରୁଛି ଯେ, ଯେବେ ଆମେ ବିଜୁଳି, ସଡ଼କ ଏବଂ ଜଳ ଯୋଗାଣ ଉପରେ ଖର୍ଚ୍ଚ କରୁଛନ୍ତି ତେବେ ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ଅଧିକ ଖର୍ଚ୍ଚ କରାଯାଉ।

ଗେହଲଟ୍ କହିଛନ୍ତି ଗୋଟିଏ ମଞ୍ଚରେ ଆଜି ସମସ୍ତେ ଏକାଠି ବସିଛନ୍ତି। ଏମିତି ସୁଯୋଗ ବହୁତ କମ ଆସେ। ଗଣତନ୍ତ୍ରରେ ଶତ୍ରୁତା କରାଯାଏନି। ଏହା ଆମ ମଧ୍ୟରେ କେବଳ ବିଚାରଧାରାର ଲଢେଇ। ସମସ୍ତଙ୍କୁ ନିଜର କଥା କହିବା ଅଧିକାର ରହିଛି। ମୁଁ ବିଶ୍ଵାସ କରୁଛି ଦେଶରେ ଏହି ପରମ୍ପରା ଜାରି ରହିବ।