ଓଡ଼ିଶା ଡଟ୍ ନ୍ୟୁଜ୍: ଦୁଇଦିନ ପୂର୍ବରୁ ସିନ୍ଧୁ ନଦୀରେ ପାକିସ୍ତାନର ପାଣି ପ୍ରବାହିତ ହେବ, ନହେଲେ ଭାରତର ରକ୍ତ ବୋହିବ କହି ଖୋଲାଖୋଲି ଯୁଦ୍ଧର ଧମକ ଦେଇଥିଲେ ପାକିସ୍ତାନ ପିପୁଲସ୍ ପାର୍ଟି (ପିପିପି) ନେତା ବିଲାଓ୍ବାଲ ବୁଟ୍ଟୋ । ଆଉ ଆଜି ପାକିସ୍ତାନ ଛାଡି ପୂରା ପରିବାର ସହ କାନାଡ଼ା ପଳାଇଛନ୍ତି ।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଆକ୍ସନକୁ ଦେଖି ପାକିସ୍ତାନ ଛାନିଆ । ବଡ଼ ବଡ଼ ପଦ ପଦବୀରେ ବସି ଆତଙ୍କର ଖେଳ ଖେଳିଥିବା ଏହି ରାକ୍ଷସମାନଙ୍କୁ ଏବେ ନିଜ ମୃତ୍ୟୁର ଭୟ ଘାରିବାରେ ଲାଗିଛି । ପୂରା ଦେଶକୁ ମରଣମୁହାଁକୁ ଠେଲି ଦେଇଥିବା ଭାରତ ବିରୋଧୀ ନେତା ଓ ଅଧିକାରୀମାନେ ନିଜ ଦେଶବାସୀଙ୍କ କଥା ଚିନ୍ତା କରିବା ବଦଳରେ ନିଜ ପରିବାର କଥା ଚିନ୍ତା କରୁଛନ୍ତି ।
ପହଲଗାମ୍ ନରସଂହାର ପରେ ଜଣଙ୍କ ପରେ ଜଣେ ପାକିସ୍ତାନୀ ନେତା ଓ ପଦାଧିକାରୀ ନିଜ ପରିବାର ସହ ପାକିସ୍ତାନରୁ ପଳାୟନ କରୁଛନ୍ତି । ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିରଙ୍କ ପରିବାର ଦେଶ ଛାଡି ପଳାୟନ କରିଛନ୍ତି । ମୁନିର ହିଁ ସେହି ବ୍ୟକ୍ତି, ଯାହାଙ୍କ ଇଙ୍ଗିତରେ ପହଲଗାମ ନରସଂହାର ଘଟିଥିବା କୁହାଯାଉଛି । ଏକ ସେମିନାରରେ ମୁନିର ଭାରତ ଓ କାଶ୍ମୀରକୁ ନେଇ ଉତ୍ତେଜନା ପୂର୍ଣ୍ଣ ଭାଷଣ ଦେବା ପରେ ଏହି ଆକ୍ରମଣ ଘଟିଛି । ଆଉ କୁହାଯାଉଛି, ଭାଷଣକୁ ମାଧ୍ୟମ କରି ମୁନିର ଆତଙ୍କବାଦୀଙ୍କୁ ନରସଂହାର ପାଇଁ ସଙ୍କେତ ଦେଇଥିଲେ । ହେଲେ ସେ ଏକଥା ଭୁଲି ଯାଇଥିଲେ, ଭାରତ ସହ ପଙ୍ଗା ମୁନିର ଓ ପାକିସ୍ତାନକୁ କେତେ ମହଙ୍ଗା ପଡ଼ିବ ।