Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷୀରପୁର ମନରେଗା ମହା ଦୁର୍ନୀତି ର ତଦନ୍ତ ଆରମ୍ଭ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କ୍ଷୀରପୁର ମନରେଗା ମହାଦୁର୍ନୀତି ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ବହୁ ପ୍ରତିକ୍ଷିତ କ୍ଷୀରପୁର ମନରେଗା ମହାଦୁର୍ନୀତିର ପର୍ଦାଫାଶ ହୋଇଛି। ପ୍ରତ୍ୟେକ ବର୍ଷ ବିଭିନ୍ନ ପର୍ଯ୍ୟାୟରେ କ୍ଷୀରପୁର ପୋଖରୀ ଖନନ ବାବଦକୁ ପାଖାପାଖି ୧କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। କିନ୍ତୁ ବଡ଼ ଦୁଃଖର ବିଷୟ ହିଡ଼ ପାର୍ଶ୍ଵ ଅଳ୍ପ ପରିମାଣର ମାଟି ଜେସିବି ସାହାଯ୍ୟରେ ଖନନ କରି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅର୍ଥକୁ ଉଦ୍ଦେଶ୍ୟମୂଳକ ଭାବରେ ହରିଲୁଟ କରାଯାଉଛି । ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ସୂଚନା ଫଳକ ଲଗେଇ ସରକାରୀ ଅର୍ଥ ହଡପ କରାଯାଉଛି । ଏଥିରେ ସ୍ଥାନୀୟ ଠିକାଦାର ଓ ଯନ୍ତ୍ରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ସମ୍ପର୍କ ଯୋଗୁଁ ଜାଣି ଶୁଣି ଉଦ୍ଦେଶ୍ୟମୂଳକ ଭାବରେ କୋଟି କୋଟି ସରକାରୀ ଟଙ୍କା ହରିଲୁଟ କରାଯାଇଛି। ଯାହାଫଳରେ ସ୍ଥାନୀୟ ୱାର୍ଡ ସଭ୍ୟ ଦେବରାଜ ମାଝୀ, ରବି ବଘାର ଓ ରବି ଭୋଇ ଙ୍କ ଅଭିଯୋଗ କ୍ରମେ ଉଲୁଣ୍ଡା ତହସିଲଦାର ଶ୍ରୀମତୀ ମମତା ମେହେର , ଜାଲୋଏ ରାଜସ୍ବ ନିରୀକ୍ଷକ ସଦଳବଳେ ସରଜମିନ୍ ତଦନ୍ତରେ ଆସିଥିଲେ । ଏପରିକି ସରଜମିନ ତଦନ୍ତ କରୁ କରୁ ଜାଣିବାକୁ ପାଇଲେ ଯେ, କ୍ଷୀରପୁର ଗ୍ରାମର ଶତୃଘ୍ନ ବଘାର ଓ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାରଙ୍କ ଭ୍ରାତା ଶ୍ରୀନିବାସ ବଘାର ସରକାରୀ ଗୋଚର ଜମିକୁ ଜବରଦଖଲ କରି ନିଜ ନିଜ କବ୍ଜାରେ ରଖିଛନ୍ତି। ଖେଳପଡ଼ିଆ ଉନ୍ନତିକରଣ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରି ସେହି ଟଙ୍କାରେ ସରକାରୀ ଜମିକୁ ଜବରଦଖଲ କରି ଶତୃଘ୍ନ ବଘାର ବ୍ୟକ୍ତିଗତ ଚାଷ ଜମିରେ ପରିଣତ କରିଛନ୍ତି ଏବଂ ଜମି ଚାରିପଟେ ସରକାରୀ ଅର୍ଥରେ ଗର୍ତ୍ତ ଖୋଲି ନିଜ କବ୍ଜାରେ ରଖିଛନ୍ତି। ଏପରିକି ପ୍ରକୃତ ଭାବରେ ଗ୍ରାମ ଖେଳ ପଡିଆ ଭାବରେ ଉଦ୍ଦିଷ୍ଟ ଗୋଚର ଜମିକୁ ଶ୍ରୀନିବାସ ବଘାର ଆମ୍ବ ବଗିଚା କରି ନିଜ କବ୍ଜାରେ ରଖିଅଛନ୍ତି। ତେଣୁ ସ୍ଥାନୀୟ ୱାର୍ଡ ସଭ୍ୟ ଦେବରାଜ ମାଝୀ ଏହାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଯାଉ ନଚେତ ଗ୍ରାମବାସୀ ମିଳିତ ଭାବରେ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି।