Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଲେ ପ୍ରଧାନମନ୍ତ୍ରୀ, କହିଲେ- କେବେ ଏବଂ କିପରି ଆଟାକ୍‌ କରିବେ ତାହା ଆପଣ ନିଷ୍ପତ୍ତି ନିଅନ୍ତୁ.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ଯେଉଁ ବୈଠକ ପରେ ପ୍ରଧାନମନ୍ତ୍ରୀ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିବା କୁହାଯାଉଛି। ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆତଙ୍କବାଦ ବିରୁଦ୍ଧରେ ଏକ ଦୃଢ଼ ପ୍ରହାର କରିବା ଆମର ଜାତୀୟ ସଂକଳ୍ପ। ପ୍ରଧାନମନ୍ତ୍ରୀ ଦେଶର ସଶସ୍ତ୍ର ବାହିନୀର ବୃତ୍ତିଗତ କ୍ଷମତା ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଶସ୍ତ୍ର ବାହିନୀକୁ କାର୍ଯ୍ୟର ପଦ୍ଧତି, ଲକ୍ଷ୍ୟ ଏବଂ ସମୟ ନିଷ୍ପତ୍ତି ନେବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି।

ଆତଙ୍କବାଦ୍ ଶେଷ ପାଇଁ ସେନାକୁ ସବୁଜ ସଙ୍କେତ ଦିଆଯାଇଛି। ୩ ସେନା ମିଳିତ ନିଷ୍ପତ୍ତି ନେବେ ଯେ ସେମାନେ କିପରି ଏବଂ କେବେ ଆଟାକ୍‌ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାକୁ ସ୍ୱାଧୀନତା ପ୍ରଦାନ କରିବା ପରେ ଏହା ସୀମାପାର ଆତଙ୍କବାଦ ବିରୋଧରେ ଦେଶର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ଅନୁମାନ କରାଯାଉଛି ଯେ ଖୁବ୍ ଶୀଘ୍ର ପାକିସ୍ତାନ ସ୍ଥିତ ଆତଙ୍କବାଦୀ ନେଟୱାର୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ତିନି ସଶସ୍ତ୍ର ବାହିନୀର ମୁଖ୍ୟଙ୍କ ସମେତ ଦେଶର ଶୀର୍ଷ ପ୍ରତିରକ୍ଷା ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ପ୍ରତିରକ୍ଷା ବିଭାଗ ମୁଖ୍ୟ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ମଧ୍ୟ ବୈଠକରେ ସାମିଲ ଥିଲେ। ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା।