ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମରେ ଆତଭ୍କବାଦୀମାନେ ନରସଂହାର କରିବା ପରେ ଯେମିତି ପାକିସ୍ତାନ ଉପରେ ଶନିଦେବଙ୍କ କୋପଦୃଷ୍ଟି ପଡ଼ି ଯାଇଛି । ଗୋଟିଏ ପଟେ ଭାରତ ଆକ୍ରମଣ କରିବା ଭୟରେ ପାକିସ୍ତାନ ଥର ଥର କମ୍ପୁଥିବା ବେଳେ ପ୍ରକୃତି ବି ଏହି ଆତଙ୍କୀ ଦେଶ ଉପରେ ଦାଉ ସାଧିଛି । ପାକିସ୍ତାନରେ ଭୂକମ୍ପ ହୋଇଛି । ରିକ୍ଟଳ ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି ।
ଭାରତ ଆକ୍ରମଣ କରିବାର ଆଶଙ୍କା ଭିତରେ ବୁଧବାର ରାତିରେ ଯେତେବେଳେ ପାକିସ୍ତାନ ସରାକାର, ସେନା ଓ ସାଧାରଣ ଲୋକେ ଶୋଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ହଠାତ ଦୋହଲି ଯାଇଥିଲା ପାକିସ୍ତାନ । ଭୂକମ୍ପ ଝଟକା ପରେ ଖେଳି ଯାଇଥିଲା କୋକୁଆ ଭୟ । ଲୋକେ ଘର ଛାଡ଼ି ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ପ୍ରଥମେ ତ ପାକିସ୍ତାନୀ ଭାବିଥିଲେ ଭାରତ ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଗଲା ବୋଲି । ହେଲେ କିଛି ସମୟ ପରେ ଏହା ଏକ ଭୂକମ୍ପ ବୋଲି ଜଣାପଡ଼ିଥିଲା ।
ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର ପାକିସ୍ତାନ ଅଞ୍ଚଳ ବୋଲି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ସୂଚନା ଦେଇଛି । ସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଶେହବାଜ ସରକାର । ଭୂକମ୍ପ ଝଟକାରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ମିଳିନାହିଁ । ଏହା ପୂର୍ବରୁ ଏପ୍ରିଲ ୧୨ ତାରିଖରେ ପାକିସ୍ତାନରେ ୫.୮ ତୀବ୍ରତାର ଭୂକମ୍ପ ହୋଇଥିଲା ।