ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ବନ୍ଦ ଥିବା ଅଟ୍ଟାରୀ ସୀମା ପୁଣି ଖୋଲିଛନ୍ତି ଭାରତ ସରକାର । ଯାହା ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଆଶ୍ୱସ୍ତି ଦେଇଛି । ଏହାସହ ଭାରତ ସରକାର ପାକିସ୍ତାନୀଙ୍କୁ ଭାରତ ଛାଡିବାର ସମୟ ସୀମା ବୃଦ୍ଧି କରିଛନ୍ତି । ଏବେ ଅଟ୍ଟାରୀ ସୀମା ଦେଇ ପାକିସ୍ତାନୀ ଭାରତରୁ ଯାଇ ପାରିବେ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନବାସୀ । ଆଜି ଥିଲା ବର୍ଡର ବନ୍ଦର ଶେଷ ତାରିଖ ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ବର୍ଷ ବର୍ଷର ଠିକଣାକୁ ବଦଳାଇ ଦେଇଛି । ଯେଉଁମାନେ ଅନେକ ବର୍ଷ ଧରି ଆସି ଭାରତରେ ରହୁଥିଲେ, ଭିସା ବାତିଲ ହେବା ପରେ ସେମାନେ ଏବେ ନିଜ ଦେଶକୁ ଫେରିଛନ୍ତି । ଭାରତୀୟ ସୁରକ୍ଷା ବାହିନୀ ଦ୍ବାରା ପାସପୋର୍ଟର ଯାଞ୍ଚ ପରେ ଅଟ୍ଟାରୀ ଚେକ୍ ପୋଷ୍ଟ ଦେଇ ଭାରତରୁ ବିଦା ହେଉଛନ୍ତି ପାକିସ୍ତାନୀ ନାଗରିକ ।