ରାଜ୍ୟରେ ପଶ୍ଚିମ ଓଡ଼ିଶା ପାସ୍ ହାର ସର୍ବାଧିକ,ସମ୍ବଲପୁର ଜିଲ୍ଲାର ପାସ୍‌ ହାର ୯୭.୨୬


ସମ୍ବଲପୁର: ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷାରେ ପଶ୍ଚିମ ଓଡ଼ିଶାର ଛାତ୍ର ଛାତ୍ରୀମାନେ ଚଳିତ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ରାଜ୍ୟର ପାସ୍‌ ହାର ୯୪.୯୩ ପ୍ରତିଶତ ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାର ପାସ୍ ହାର ଏହାଠାରୁ ଶୀର୍ଷ ରେ ରହିଛି। ତେବେ, ଏ-୧ ଗ୍ରେଡ୍‌ ହାସଲକୁ ଦୃଷ୍ଟି ଦେଲେ ଓଡ଼ିଶା ତୁଳନାରେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଟିକିଏ କମ୍ ରହିଛି। ସମଗ୍ର ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରୁ ସର୍ବମୋଟ ୨୧୩ ଜଣ ଏ-୧ ଗ୍ରେଡ୍‌ ପାଇଛନ୍ତି।
ବରଗଡ଼, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ଏ-୧ ରେ ପ୍ରଥମ ରୁ ତୃତୀୟ ସ୍ଥାନରେ ରହିଛି। ସେହି ତୁଳନାରେ ନୁଆଁପଡା ଜିଲ୍ଲା ସବା ତଳକୁ ରହିଛି।ବୌଦ୍ଧ ଜିଲ୍ଲାରୁ ୬ ଜଣ, କଳାହାଣ୍ଡିରୁ ୧୯ ଜଣ, ନୂଆପଡ଼ାରୁ ୨ ଜଣ, ବରଗଡ଼ରୁ ୪୩ ଜଣ, ସମ୍ବଲପୁରରୁ ୧୯ ଜଣ, ଦେବଗଡ଼ରୁ ୫ ଜଣ, ଝାରସୁଗୁଡ଼ାରୁ ୩୩ ଜଣ, ବଇଂଗୀରରୁ ୨୪ ଜଣ, ସୁନ୍ଦରଗଡ଼ରୁ ୩୪ ଜଣ ଓ ସୁବର୍ଣ୍ଣପୁରରୁ ୨୮ ଜଣ ଛାତ୍ରଛାତ୍ରୀ ଏ-୧ଗ୍ରେଡ୍‌ ହାସଲ କରି ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ସେହିପରି ବୌଦ୍ଧ ଜିଲ୍ଲାରୁ ୮୨ ଜଣ ଏ-୨, ୩୧୪ ଜଣ ବି-୧ ଓ ୮୬୨ ଜଣ ବି-୨ ଗ୍ରେଡ୍ ହାସଲ କରିଛନ୍ତି | ବୌଦ୍ଧ ଜିଲ୍ଲାର ପାସ୍‌ ହାର ୯୭.୪୧ ପ୍ରତିଶତ ରହିଛି। ପାସ୍‌ କରିଥିବା ୬୨୧୭ ଜଣଙ୍କ ମଧ୍ୟରୁ ୩୨୫୮ ଜଣ ଛାତ୍ରୀ ଓ ୨୯୫୯ ଜଣ ଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି | କଳାହାଣ୍ଡିରୁ ୩୧୫ ଜଣ ଏ-୨, ୧୪୯୫ ଜଣ ବି-୧ ଓ ୩୬୨୭ଜଣ ବି-୨ ଗ୍ରେଡ୍ ହାସଲ କରିଛନ୍ତି। ଜିଲ୍ଲାର ପାସ୍‌ ହାର ୯୫.୨୨ ପ୍ରତିଶତ ରହିଛି।
ପାସ୍‌ କରିଥିବା ୧୮.୨୩୨ ଜଣଙ୍କ ମଧ୍ୟରୁ ୯୨୭୮ ଜଣ ଛାତ୍ରୀ ଓ ୮୯୫୪ ଜଣ ଛାତ୍ର ସାମିଲ ରହିଛନ୍ତି।ନୂଆପଡ଼ାରୁ ୯୯ ଜଣ ଏ-୨. ୮୮୬ ଜଣ ବି-୧ ଏବଂ ୧୮୦୩ ଜଣ ବି-୨ ଗ୍ରେଡ୍ ହାସଲ କରିଛନ୍ତି। ଜିଲ୍ଲାର ପାସ୍‌ ହାର ୯୭.୦୫ ପ୍ରତିଶତ ରହିଛି।ପାସ୍‌ କରିଥିବା ୬୧୭୯ ଜଣଙ୍କ ମଧ୍ୟରୁ ୩୧୪୫ ଜଣ ଛାତ୍ରୀ ଓ ୩୦୩୪ ଜଣ ଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବରଗଡ଼ ଜିଲ୍ଲା ୩୮୩ ଜଣ ଏ-୨, ୧୪୭୦ ଜଣ ବି-୧ ଏବଂ ୩୧୮୨ ଜଣ ବି-୨ ଗ୍ରେଡ୍ ହାସଲ କରିଛନ୍ତି। ଜିଲ୍ଲାର ପାସ୍‌ ହାର ୯୭.୦୯ ପ୍ରତିଶତ ରହିଛି। ପାସ୍‌ କରିଥିବା ୧୬,୨୫୩ ଜଣଙ୍କ ମଧ୍ୟରୁ ୮୩୮୫ ଜଣ ଛାତ୍ରୀ ଓ ୭୮୬୮ ଜଣ ଛାତ୍ର ରହିଛନ୍ତି। ସମ୍ବଲପୁର ଜିଲ୍ଲାରୁ ୧୬୦ ଜଣ ଏ-୨. ୫୫୨ ଜଣ ବି-୧ ଏବଂ ୧୭୩୨ ଜଣ ବି-୨ ଗ୍ରେଡ୍ ହାସଲ କରିଛନ୍ତି।ଜିଲ୍ଲାର ପାସ୍‌ ହାର ୯୭.୨୬ ପ୍ରତିଶତ ରହିଛି। ପାସ୍‌ କରିଥିବା ୧୦,୨୬୯ ଜଣଙ୍କ ମଧ୍ୟରୁ ୫୨୧୪ ଜଣ ଛାତ୍ରୀ ଓ ୫୦୫୫ ଜଣ ଛାତ୍ର ସାମିଲ ଅଛନ୍ତି। ଦେବଗଡ଼ ଜିଲ୍ଲାରୁ ୪୯ ଜଣ ଏ-୨, ୩୨୬ ଜଣ ବି-୧ ଏବଂ ୬୨୦ ଜଣ ବି-୨ ଗ୍ରେଡ୍ ହାସଲ କରିଛନ୍ତି ଜିଲ୍ଲାର ପାସ୍‌ ହାର ୯୬,୧୭ ପ୍ରତିଶତ ରହିଛି ପାସ୍‌ କରିଥିବା ୩୫୮୭ ଜଣଙ୍କ ମଧ୍ୟରୁ ୧୭୫୫ ଜଣ ଛାତ୍ରୀ ଓ ୧୮୩୨ ଜଣ ଛାତ୍ର ସାମିଲ ଥିଲେ।ଝାରସୁଗୁଡ଼ା ଜିଲ୍ଲାରୁ ୩୦୦ ଜଣ ଏ-୨, ୭୧୯ ଜଣ ବି-୧ ଏବଂ ୧୩୮୦ ଜଣ ବି-୨ ଗ୍ରେଡ୍ ହାସଲ କରିଛନ୍ତି। ଜିଲ୍ଲାର ପାସ୍‌ ହାର ୯୭.୮୭ ପ୍ରତିଶତ ରହିଛି! ପାସ୍‌ କରିଥିବା ୫୭୩୪ ଜଣଙ୍କ ମଧ୍ୟରୁ ୨୯୩୨ ଜଣ ଛାତ୍ରୀ ଓ ୨୮୦୨ ଜଣ ଛାତ୍ର ରହିଛନ୍ତି ବଲଂଗୀର ଜିଲ୍ଲାରୁ ୨୩୨ ଜଣ ଏ-୨, ୧୧୨୪ ଜଣ
ବି-୧ ଏବଂ ୩୧୯୬ ଜଣ ବି-୨ ଗ୍ରେଡ୍‌ ହାସଲ କରିଛନ୍ତି ଜିଲ୍ଲାର ପାସ୍‌ ହାର ୯୫.୪୮ ପ୍ରତିଶତ ରହିଛି। ପାସ୍‌ କରିଥିବା ୨୦, ୨୭୩ ଜଣଙ୍କ ମଧ୍ୟରୁ ୧୧,୩୫୬ ଜଣ ଛାତ୍ରା ଓ ୯୯୧୭ ଜଣ ଛାତ୍ର ସାମିଲ ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାରୁ ୧୩୪ ଜଣ ଏ-୨. ୪୩୫ ଜଣ ବି-୧ ଏବଂ ୧୦୬୩ ଜଣ ବି-୨ ଗ୍ରେଡ୍ ହାସଲ କରିଛନ୍ତି। ଜିଲ୍ଲାର ପାସ୍ ହାର ୯୬,୨୨ ପ୍ରତିଶତ ରହିଛି। ପାସ୍‌ କରିଥିବା ୭୭୬୮ ଜଣଙ୍କ ମଧ୍ୟରୁ ୪୦୦୯ ଜଣ ଛାତ୍ରୀ ଓ ୩୭୫୯ଜଣ । ଛାତ୍ର ଛାତ୍ର ସାମିଲ ରହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୧୭୪ ଜଣ ଏ-୨, ୭୭୨ ଜଣ ବି-୧ ଏବଂ ୨୮୭୨ ଜଣ ବି-୨ ଗ୍ରେଡ୍ ହାସଲ କରିଛନ୍ତି ଜିଲ୍ଲାର ପାସ୍‌ ହାର୯୭,୬୧ ପ୍ରତିଶତ ରହିଛି। ପାସ୍‌ କରିଥିବା ୨୨,୦୫୬ ଜଣଙ୍କ ମଧ୍ୟରୁ ୧୧,୩୧୯ ଜଣ ଛାତ୍ରୀ ଓ ୧୦, ୭୩୭ଜଣ ଛାତ୍ର ଥିବା ଜଣାପଡ଼ିଛି।ତେବେ ସମଗ୍ର ଓଡିଶା ପରି ପଶ୍ଚିମ ଓଡ଼ିଶାରେ ମଧ୍ୟ ଛାତ୍ରଙ୍କ ଠାରୁ ଛାତ୍ରୀ ମାନେ ଆଗରେ ରହିଛନ୍ତି। ଅର୍ଥାତ ମହିଳା ଶିକ୍ଷାର ପ୍ରଚାର ଓ ପ୍ରସାର ଛାତ୍ରୀ ମାନଙ୍କୁ ପ୍ରଭାବିତ କରିଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି।
ସମ୍ବଲପୁର:ଜିଲ୍ଲାର ପାସ୍‌ ହାର ୯୭.୨୬ ପ୍ରତିଶତ,ଜି ଶିରିଶା ଜିଲ୍ଲା ଟପ୍ପର
ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ସମ୍ବଲପୁର ଜିଲାର ପାସ ହାର ରହିଛି ୯୭.୨୬ ପ୍ରତିଶତ। ସମ୍ବଲପୁର ଜିଲା ପାସ ଋ୍ୟାଙ୍କ ଅନୁସାରେ ସମଗ୍ର ରାଜ୍ୟରେ୧୧ତମ ସ୍ଥାନରେ ରହିଛି।
ଚଳିତ ବର୍ଷ ଜିଲାରେ ମୋଟ୍ ୧୦୫୫୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୦୨୬୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁଅଙ୍କ ତୁଳନାରେ ଝିଅମାନେ ଆଗରେ ରହିଛନ୍ତି। ୫୨୧୪ ଜଣ ଛାତ୍ରୀ, ୫୦୫୫ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥ୍‌ମଧ୍ଯରେ ଜିଲାର ୧୯ ଜଣ ଗ୍ରେଡ୍ ଏ-୧, ୧୬୦ ଜଣ ଗ୍ରେଡ୍ ଏ-୨, ୫୫୨ ଜଣ ଗ୍ରେଡ୍‌ ବି-୧, ୧୭୩୨ ଜଣ ଗ୍ରେଟ୍ ବି–୨, ୩୧୪୬ ଜଣ ଗ୍ରେଡ୍‌ ସି, ୩୭୩୨ ଜଣ ଗ୍ରେଡ୍ ଡି ଓ ୧୨୩୮ ଜଣ ଗ୍ରେଡ୍ ଇରେ ଉଭିର୍ଣ୍ଣ ହୋଇଥିବା ବେଳେ ୨୮୦ ଜଣ ଗ୍ରେଡ୍ ଏଫ୍ ପାଇ ଫେଲ୍ ହୋଇଥିବା ଜଣାପଡ଼ିଛି। ସେହିପରି ୫ ଜଣ ଛାତ୍ରୀଛାତ୍ରଙ୍କ ଫଳ ପ୍ରକାଶ ପାଇ ନ ଥିବା ସୂଚନା ମିଳିଛି। ଧନୁପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଜି ଶିରିଶା ୯୪.୩୩ ପ୍ରତିଶତ ହାରରେ ମୋଟ ୫୬୬ ନମ୍ବର ରଖ୍ ଜିଲା ଟପ୍ପର ହୋଇଛନ୍ତି। ଉକ୍ତ ବିଦ୍ୟାଳୟର ପ୍ରଜ୍ଞା ପ୍ରୟଦର୍ଶିନୀ ପ୍ରଧାନ ୯୪.୧୬ ପ୍ରତିଶତ ହାରରେ ୮୯୮ ନମ୍ବର ରଖ୍ ଦ୍ଵିତୀୟ, ସାଇସା ମାଝି ଓ ହୀରାକୁଦ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ସୁହାନା ନାୟକ ୯୩.୮୩ ପ୍ରତିଶତ ହାରରେ ମୋଟ ୫୬୩ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି ରେଢ଼ାଖୋଲ ଶ୍ରୀସାଇ ଇଣ୍ଟରନ୍ୟାଶନାଲ ବିଦ୍ୟାଳୟର ଛାତ୍ରୀ ସ୍ନେହାସ୍ନିଗ୍ଧା ସ୍ବାଇଁ ଓ ଧନୁପାଲି ସରସ୍ବତୀ ବିଦ୍ୟାମନ୍ଦିର ଛାତ୍ରୀ ପାୟଲ ପ୍ରିଦର୍ଶିନୀ ଜେନା ୯୩.୫୦ ପ୍ରତିଶତ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହାରରେ ୫୬୧ ନମ୍ବର ରଖ୍ ଜିଲାରେ ଯୁଗ୍ମ ଚତୁର୍ଥ, ରେଢ଼ାଖୋଲ ଶ୍ରୀସାଇ ଇଣ୍ଟରନ୍ୟାଶନାଲ ବିଦ୍ୟାଳୟର ଛାତ୍ର ଭବ୍ୟ ମହାନ୍ତି, ଧନୁପାଲି ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ରୀ ପ୍ରଜ୍ଞାଭାରତୀ ଶିଶୁ ବିଦ୍ୟା ପଣ୍ଡା,ବୁଢ଼ାରଜା ବାଳିକା ଉଚ୍ଚ ବିଦ୍ୟାଳୟ ର ଶୁଭଶ୍ରୀ ବାରିକ ୯୩.୩୩ ପ୍ରତିଶତ ହାରରେ ମୋଟ୍ ୫୬୦ ମାର୍କ ସହିତ ପଞ୍ଚମ, ଧନୁପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଆଦ୍ୟାଶା ପ୍ରଧାନ ୯୩ ପ୍ରତିଶତ ହାରରେ ମୋଟ ୫୫୮ ମାର୍କ ରଖି ଷଷ୍ଠ, ହୀରାକୁଦ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲିତା ବେହେରା ୯୨.୫ ପ୍ରତିଶତ ହାରରେ ୫୫୫ ନମ୍ବର ରଖ୍ ସପ୍ତମ, ହୀରାକୁଦ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସତ୍ୟନାରାୟଣ ସାହୁ ୯୨.୩୩ ପ୍ରତିଶତ ହାରରେ ୫୫୪ ନମ୍ବର ରଖି ଅଷ୍ଟମ, କୁଚିଣ୍ଡା ବ୍ଲକ କିଣ୍ଡିରା ଶ୍ରୀସାଇ ଇଣ୍ଟରନ୍ୟାଶନାଲ ବିଦ୍ୟାଳୟର ଛାତ୍ର ବରୁଣ କୁମାର ପୃଷେଠ୍ ୯୧.୮୩ ପ୍ରତିଶତ ହାରରେ ୫୫୧ ନମ୍ବର ରଖ୍ ନ‌ବମ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହିରାକୁଦର ଛାତ୍ର ପ୍ରତ୍ୟୁଷ ଭୋଇ ୯୧.୬୭ ପ୍ରତିଶତ ହାରରେ ୫୫୦ ନମ୍ବର ରେ ଦଶମ, ରେଢ଼ାଖୋଲ ସନ– ନୂଆପଡ଼ା ଉଚ୍ଚ ବିଦ୍ୟାଲୟର ଛାତ୍ର ଓମ୍ ପ୍ରକାଶ ହେବେରା ୯୧.୩୩ ପ୍ରତିଶତ ହାରରେ ୫୪୮ ନମ୍ବର ରଖି ଏକାଦଶ, କୁଚିଣ୍ଡା ଚନ୍ଦନିମାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଭଦ୍ରା ଭଦ୍ରା ସ୍ନେହାଶିନୀ ବେହେରା ୯୦.୫୦ ହାରରେ ୫୪୩ ନମ୍ବର ରଖି ଦ୍ବାଦଶ, କୁଚିଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀ ଯଶ୍ମିନ ମହାପାତ୍ର ୯୦.୧୭ ପ୍ରତିଶତ ହାରରେ ୫୪୧ ନମ୍ବର ରଖ୍ ତ୍ରୟୋଦଶ ସ୍ଥାନ ଓ ରେଢ଼ାଖୋଲ ନୂପାପଡ଼ା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓଜେଶ୍ଵରୀ ପ୍ରଧାନ ଓ କୁଚିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଅନନ୍ତ ପଟେଲ ୯୦ ପ୍ରତିଶତ ହାରରେ ୪୪୦ ନମ୍ବର ରଖି ଚତୁର୍ଦ୍ଦଶ ସ୍ଥାନରେ ରହିଛନ୍ତି।
ଉଲ୍ଲେଖନୀୟ ସଫଳତା ପାଇଁ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଛାତ୍ରୀଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି। ସେ କହିଛନ୍ତି, ଏହି ସଫଳତା ଶିକ୍ଷାର୍ଥୀଙ୍କ ସାମୂହିକ ପ୍ରୟାସ ଓ କଠିନ ପରିଶ୍ରମର ଫଳ।