ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମରେ ଆତଙ୍କବାଦୀଙ୍କ ଜରିଆରେ ନୀରିହ ଲୋକଙ୍କ ରକ୍ତରେ ହୋଲି ଖେଳିଲା ପାକିସ୍ତାନ । ଭାରତ ଏହାର ପ୍ରତିଶୋଧ ନେବ ଏକଥା ପାକିସ୍ତାନ ଜାଣିଥିଲା । ଭାବିଥିଲା ପୂର୍ବ ପରି ଭାରତ ସର୍ଜିକାଲ ଷ୍ଟ୍ରାଇକ କରିବ, ନହେଲେ ଯୁଦ୍ଧ ଘୋଷଣା କରିବ । ଏପରିକି ପହଲଗାମ୍ ଆଟାକ ପରେ ପାକିସ୍ତାନ ଯୁଦ୍ଧ ପ୍ରସ୍ତୁତି ବି ଆରମ୍ଭ କରି ଦେଇଥିଲା ।
ହେଲେ ପାକିସ୍ତାନରେ ବସିଥିବା ଲୋକେ ଜାଣି ନାହାନ୍ତି, ସେମାନଙ୍କ ଭାବନା ଯେଉଁଠି ଶେଷ ହେଉଛି, ଭାରତ ସେଉଠୁ ଚିନ୍ତା କରିବା ଆରମ୍ଭ କରିଥାଏ । ଆତଙ୍କବାଦୀ ନରସଂହାର ପରେ ଭାରତ ଗୋଟିଏ ପରେ ଗୋଟିଏ ଆର୍ଥୀକ ଚୋଟ ପାକିସ୍ତାନକୁ ଦେଇ ଚାଲିଛି । ଯାହା ଭିକାରୀସ୍ଥାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛି । ଆଉ ଏହାରି ଭିତରେ ଭାରତ ଆଉ ଏକ ବଡ଼ ଆକ୍ସନ ନେଇଛି । ଯାହା ଏବେ ପାକିସ୍ତାନ ଓ ପାକିସ୍ତାନୀଙ୍କୁ ଏମିତିରେ ମରଣ ମୁହଁକୁ ଠେଲି ଦେବ ।
ଲାଟେଷ୍ଟ ଖବର ଅନୁସାରେ ଜାତୀୟ ସୁରକ୍ଷା ଏବଂ ଅର୍ଥନୈତିକ ରଣନୀତିକୁ ଧ୍ୟାନରେ ରଖି, ମୋଦୀ ସରକାର ପାକିସ୍ତାନରୁ ଆମଦାନୀ ଉପରେ ରୋକ୍ ଲଗାଇଛନ୍ତି । ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ।
ସୂଚନାଯୋଗ୍ୟ, ଭାରତ ପାକିସ୍ତାନରୁ ଲୁଣଠାରୁ ଆରମ୍ଭ କରି ବହୁତ ସାମଗ୍ରୀ ଆମଦାନୀ କରିଥାଏ । ଏଥିରୁ ପାକିସ୍ତାନ କୋଟି କୋଟି ଟଙ୍କା ଲାଭ କରିଥାଏ । ହେଲେ ଏବେ ଆମଦାନୀ ବନ୍ଦ ହୋଇଯିବା ପରେ ଗୋଟିଏ ଝଟକାରେ କାଙ୍ଗାଳ ପାକିସ୍ତାନ ଆହୁରି କାଙ୍ଗାଳ ହୋଇଯିବ ।
ପହଲଗାମ୍ ଆକ୍ରମଣ ପରେ ସିନ୍ଧୁ ନଦୀ ପାଣିକୁ ବନ୍ଦ କରି ପାକିସ୍ତାନକୁ ପ୍ରଥମ ଝଟକା ଦେଇଥିଲା ଭାରତ, ପରେ ଡିଜିଟାଲ୍ ଷ୍ଟ୍ରାଇକ୍ ଆଉ ଏବେ ଆମଦାନୀ ଉପରେ ରୋକ୍ ଲଗାଇ ବଡ ଝଟକା ଦେଇଛି । କୁହାଯାଉଛି, ଏହା ଦ୍ୱାରା ପାକିସ୍ତାନର ବ୍ୟବସାୟ ଏକପ୍ରକାର ଘାଟାରେ ପଡିଯିବ ଓ କୋଟି କୋଟି ଟଙ୍କାର କ୍ଷତି ସହିବ ପାକିସ୍ତାନ ।
ଭାରତ ନାକେବଳ ଆମଦାନୀ ନିଷିଦ୍ଧ କରିଛି, ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରି ଚାଲିବ ଥିବ ସେପର୍ଯ୍ୟନ୍ତ କୌଣସି ସହଯୋଗ ଦିଆଯିବ ନାହିଁ, ତାହା ବାଣିଜ୍ୟ ହେଉ କି କୂଟନୈତିକ । ଭାରତରୁ ଆମଦାନୀ ଉପରେ ପ୍ରତିବନ୍ଧକ ପାକିସ୍ତାନର କିଛି ଶିଳ୍ପ ଉପରେ ସିଧାସଳଖ ପ୍ରଭାବ ପକାଇବ । ବିଶେଷ କରି ଯେଉଁ ଶିଳ୍ପଗୁଡ଼ିକ ଭାରତ ଉପରେ ନିର୍ଭରଶୀଳ ଥିଲେ ।