Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁତିଆ ପାଲି କଲେଜ ର ସାଂସ୍କୃତିକ ମଞ୍ଚ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ସ୍ଥିତ ପରମେଶ୍ୱରୀ ଜୁନିଅର କଲେଜରେ ନବନିର୍ମିତ ସାଂସ୍କୃତିକ ମଞ୍ଚ କୁ ଶନିବାର ସନ୍ଧ୍ୟା ରେ ଉଦଘାଟିତ ହୋଇଯାଇଛି। ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଂସ୍କୃତି ମଞ୍ଚ କୁ ଉଦଘାଟନ କରିଛନ୍ତି। କଲେଜର ଅଧ୍ୟକ୍ଷ ସୁବାସ ପଣ୍ଡା ଙ୍କ ପୌରୋହିତ୍ୟା ରେ ଅନୁଷ୍ଠିତ ଉଦଘାଟନୀ ସଭା ରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଙ୍କ ପ୍ରତିନିଧି ପଦାର୍ଥ ଜଗଦଲା , ସତ୍ୟମୋହନ ବେଦପାଣି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସର ରେ କଲେଜର ସମସ୍ତ ଅଧ୍ୟାପିକା , ଅଧ୍ୟାପକ, କର୍ମଚାରୀ , ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।