Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶେତ୍ରୁଞ୍ଜି ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ

Two arms coming up from water for help

ଓଡ଼ିଶା ଡଟ୍ ନ୍ୟୁଜ୍: ନଦୀରେ ଗାଧୋଇବା ହେଲା କାଳ । ଜଣକ ପରେ ଜଣେ ୪ ଜଣ ଯୁବକଙ୍କ ଚାଲିଗଲା ଜୀବନ । ଏମିତି ଘଟଣା ଘଟିଛି ଗୁଜରାଟ ଆମରେଲି ଜିଲ୍ଲାରେ । ଶେତ୍ରୁଞ୍ଜି ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ମିଠାପୁର ଡୁଙ୍ଗରି ଗାଁର ବୋଲି ଜଣାପଡ଼ିଛି ।

ମିଳିଥିବା ଖବର ଅନୁସାରେ, ଯୁବକମାନେ ନଦୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ବଶତଃ ସେମାନେ ନଦୀରେ ବୁଡ଼ି ଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ସେମାନଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ । ଏହାପାରେ ମୃତଦେହଗୁଡିକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ସିଭିଲ ହସ୍ପିଟାଲକୁ ପଠାଇଛି ।