ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ନରସଂହାରର ପ୍ରତିଶୋଧ । ରାତି ଅଧରେ ପାକିସ୍ତାନ ଛାତି ଚିରି ବୋମା ବର୍ଷା କଲେ ଭାରତୀୟ ବାୟୁ ବୀର । ରାତିର ଅନ୍ଧାରରେ ଚାହୁଁ ଚାହୁଁ ସମାଧି ନେଇଗଲା ୯ଟି ଆତଙ୍କବାଦୀ ଶିବିର । ଯେଉଁଥିରେ ୭୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆଉ ଏହି ଟାର୍ଗେଟ ଭିତର ରହିଛି ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ଆତଙ୍କୀ ସଂଗଠନ ଲସ୍କଇ-ଇ- ତୋଏବା ଟ୍ରେନିଂ କ୍ୟାମ୍ପ । ଏଇଠି ଟ୍ରେନିଂ ନେଇଥିଲା ମମ୍ବାଇ ଆକ୍ରମଣରେ ଫାଶି ପାଇଥିବା କସାବ ।
ଭାରତର ଅପରେସନ ସିନ୍ଦୁରରେ ଉଭୟ ବାୟୁସେନା ଓ ସ୍ଥଳ ସେନା ସାମିଲ ହୋଇଥିଲେ । ଉଭୟ ଡ୍ରୋନ ଓ ଅତ୍ୟାଧୁନିକ ଅସ୍ତ୍ର ସହାୟତାରେ ୨୪ଟି ଆକ୍ରମଣ କରି ପାକିସ୍ତାନ ସେନା ଓ ସରକାରର ନିଦ ହଜାଇ ଦେଇଛି ଭାରତୀୟ ସେନା । ସୂଚନାଯୋଗ୍ୟ, ଭାରତ ପକ୍ଷରୁ ଧ୍ବଂସ କରାଯାଇଥିବା ସମସ୍ତ ୯ଟି ଆତଙ୍କୀ ଆଡ୍ଡା ମସଜିଦରେ ଚାଲୁଥିଲା । ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର, ପଞ୍ଜାବ ପ୍ରାନ୍ତ, ଲାହୋରରେ ଥିବା ଏହି ଆତଙ୍କବାଦୀ କ୍ୟାମ୍ପ ଉପରେ ଜୋରଦାର ଆକ୍ରମଣ କରିଛି । ଏହାସହ ସଂସହରାରେ ଥିବା ଅନ୍ୟ ୪ଟି ମସଜିଦକୁ ଭାରତୀୟ ସେନା ବୋମା ଓ ମିସାଇଲ ମାଡ କରି ଉଡାଇ ଦେଇଛି ।