Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବାଲିଗୁଡା, ତା, ୦୮/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଦାଲତ ପରିସରରେ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଚଳିତ ମାସ ୧୦ ତାରିଖ ଶନିବାର ଦିନ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରି (ସାଲିସ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ରଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡପତ୍ର ବ୍ୟତିତ) ଜମି ଅଧୂଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଅବସର କାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦି ର ଆପୋଷ ସ‌ହମତିରେ ସମାଧାନ କରାଯାଇପାରିବ। କେବଳ ବିଚାରଧିନ ମକଦ୍ଦମା ନୁହେଁ, ପ୍ରାକ-ମକଦ୍ଦମା ସ୍ତରୀୟ (କଚେରୀରେ ଦାଏର ହୋଇନଥିବା) ଚେକ ବାଉନ୍ସ ମାମଲା , ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ଭରଣପୋଷଣ ବିବାଦ, ଅନ୍ୟାନ୍ୟ ସାଲିସଯୋଗ୍ୟ ଫୌଜଦାରି ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ମଧ୍ଯ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ଲୋକ ଅଦାଲତରେ ମକଦ୍ଦମା/ବିବାଦର ସମାଧାନ ଲାଗି କୌଣସି ଆର୍ଥିକ ଖର୍ଚ୍ଚ ପଡେନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୁଡାନ୍ତ ଏବଂ ଅମଳଯୋଗ୍ୟ। ଯଦି କୌଣସି ବେ ବିଚାରଧୀନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ। ଆଗରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ। ଦୀର୍ଘଦିନ ଧରି ଚାଲୁ ରହିଥ‌ିବା ମକଦ୍ଦମାର ସହଜ ସମାଧାନ ଲାଗି ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ଲାଗି ଏହି ସୁଯୋଗର ସଦୁପଯୋଗ କରିବା ସହ ସବିଶେଷ ବିବରଣୀ ତ‌ଥା ଏହି ବିଷୟରେ ଅଧିକ ଜାଣିବା ଲାଗି ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଜିଲ୍ଲା ଆଇନସେବା ପ୍ରାଧିକରଣ ବା ତାଲୁକ ଆଇନସେବା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ