S-400 ମାଡ଼ରେ ଜଳୁଛି ପାକିସ୍ତାନ: ଆକାଶ, ବାରକା-୮ ଓ ସ୍ପାଇଡର ମିଜାଇଲ ସିଷ୍ଟମ କ’ଣ କରିବେ ଅବସ୍ଥା ?


ଓଡ଼ିଶା ଡଟ୍ ନ୍ୟୁଜ୍: ଅପରେସନ ସିନ୍ଦୂର ଆତଙ୍କବାଦୀ ନିପାତ ପାଇଁ ଉଦ୍ଦିଷ୍ଟ ଥିବା ଭାରତ କହିବା ପରେ ବି ପାକିସ୍ତାନ ଗତ ରାତିରେ ଭାରତ ଉପରେ କଲା ଆକ୍ରମଣ । ହେଲେ ପାକିସ୍ତାନୀ ଗଧ ଜାଣି ନଥିଲେ ବାପା ସବୁ ବେଳେ ବାପା । ପାକିସ୍ତାନ ପଟୁ ଆଓିଥିବା ଡ୍ରୋନ, ମିଜାଇଲକୁ ଭାରତ ଗୋଟି ଗୋଟି କରି ଆକାଶରେ ଧ୍ବଂସ କରିଦେଲା । ସେତିକି ନୁହେଁ, ଏମିତି ପ୍ରତିଆକ୍ରମଣ କଲା ଯେ, ଅଧା ପାକିସ୍ତାନ ଜଳୁଛି । ଭାରତ ନା’ କେବଳ ଆକ୍ରମଣ କରିବାରେ ସକ୍ଷମ ଭାରତୀୟ ସେନା ପାଖରେ ମଧ୍ୟ ସୀମା ସୁରକ୍ଷା ପାଇଁ ଅତ୍ୟାଧୁନିକ ହତିଆର ରହିଛି । ଖାସ୍ କରି ଇଣ୍ଡିଆନ୍ ଏୟାର୍ ଡିଫେନ୍ସ ସିଷ୍ଟମ୍ ଏତେ ମଜଭୁତ ଯେ ବାହାର ଆକ୍ରମଣକୁ ମୁହଁ ଭଙ୍ଗା ଜବାବ ଦେଇ ପାରିବ । ବର୍ତ୍ତମାନ ସୁଦ୍ଧା ଭାରତ ଋଷ ପାଖରୁ ପାଇଥିବା S-400 ବ୍ୟବହାର କରିଛି । ଆଉ ଏୟାର ଡିଫେନ୍ସ ସିଷ୍ଟମରେ ଭାରତ ପାଖରେ ରହିଛି ଆକାଶ, ବାରାକ-୮ ଓ ସ୍ପାଇଡର । ଯାହା ଭାରତକୁ ଏକ ଅଭେତ୍ୟ ଦୁର୍ଗରେ ପରିଣତ କରିଛି ।

ଭାରତ ନିଜ ବାୟୁ ସୁରକ୍ଷାକୁ ମଜଭୁତ କରିବା ପାଇଁ ଋଷଠାରୁ S-400 ଟ୍ରାୟମ୍ଫ ଏୟାର୍ ଡିଫେନ୍ସ ସିଷ୍ଟମ୍ କିଣିଥିଲା । ଯାହା ଏବେ ସୁଦର୍ଶନ ଚକ୍ର ନାଁରେ ପରିଚିତ । ଏହି ସିଷ୍ଟମ୍ ନା’ କେବଳ ଶତ୍ରୁଙ୍କ ବିମାନକୁ ୩୮୦ କି.ମି. ଦୂରରୁ ଟ୍ରାକ୍ କରି ନଷ୍ଟ କରିବାର ସାହସ ରଖେ ବରଂ ଏହାର ରାଡାର୍ ପ୍ରଣାଳୀ ଏତେ ଉନ୍ନତ ଯେ ଏହା ଷ୍ଟେଲଥ ଫାଇଟର୍ସକୁ ବି ଚିହ୍ନଟ କରିବାକୁ ସକ୍ଷମ । ଏଥିରେ ବିଭିନ୍ନ ପ୍ରକାର ରାଡାର୍ ଫ୍ରିକ୍ବେନ୍ସି ଓ ଟେକନିକର ବ୍ୟବହାର କରାଯାଏ । ଯେଉଁଥିରେ F-35 ଭଳି ଅତ୍ୟାଧୁନିକ ଆମେରିକା ବିମାନକୁ ଟ୍ରାକ୍ କରିବାର ବି ସମ୍ଭବ ।

ଭାରତ ନା କେବଳ S-400 ଉପରେ ନିର୍ଭର କରେ ତାହା ନୁହେଁ ଘରୋଇ ଉତ୍ପାଦନ ମଧ୍ୟ ଭାରତର ସ୍ଥିତିକୁ ମଜଭୁତ କରିଛି । ‘ଆକାଶ’ ମିସାଇଲ୍ ପ୍ରଣାଳୀ ଯାହା DRDO ଦ୍ବାରା ବିକଶିତ ହୋଇଛି ଏହାର ରେଞ୍ଜ୍ ୨୫ କି.ମି. ପର୍ଯ୍ୟନ୍ତ ରହିଛି । ଯାହା ଭାରତୀୟ ବାୟୁସେନା ଦ୍ବାରା ବ୍ୟବହାର କରାଯାଏ । ଏହି ମିସାଇଲ ସବୁ ପ୍ରକାର ବିପଦକୁ ମାତ୍ ଦେବାରେ ପାରଙ୍ଗମ । ସେ ଡ୍ରୋନ୍ ଆକ୍ରମଣ ହେଉ କି ଫାଇଟର୍ ଜେଟ୍ସ, କ୍ରୁଜ୍ ମିଜାଇଲ ହେଉ କି ହେଲିକପ୍ଟର ମିଜାଇଲ ସବୁକୁ ପାଣି ପିଆଇବାର ସାହସ ରଖେ ଆକାଶ ।

ଏହାଛଡ଼ା ‘ବାରାକ-୮’ ସିଷ୍ଟମ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ । ଯାହା ଭାରତ ଏବଂ ଇସ୍ରାଏଲର ମିଳିତ ଉଦ୍ୟମରେ ବିକଶିତ କରାଯାଇଛି । ଏହି MRSAM (ମିଡିୟମ ରେଞ୍ଜ ସର୍ଫେସ-ଟୁ-ଏୟାର ମିସାଇଲ) ସିଷ୍ଟମ ୭୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟକୁ ନଷ୍ଟ କରିବାରେ ସକ୍ଷମ । ନିକଟରେ ଭାରତୀୟ ସେନା ଏହି ମିସାଇଲର ସଫଳ ପରୀକ୍ଷଣ କରିଛି ।

ସେହିପରି ଇସ୍ରାଏଲ ଦ୍ୱାରା ନିର୍ମିତ ‘ସ୍ପାଇଡର’ ମିସାଇଲ ସିଷ୍ଟମ ମଧ୍ୟ ଭାରତର ଶକ୍ତିକୁ ଆହୁରି ବଢ଼ାଇଛି । ଏହାର ରେଞ୍ଜ ୧୫ କି.ମି. ପର୍ଯ୍ୟନ୍ତ ହୋଇଥିବା ବେଳେ ଏହା ଶୀଘ୍ର ପ୍ରତିକ୍ରିୟା ଦେବାକୁ ସକ୍ଷମ । ‘ସ୍ପାଇଡର’ ପ୍ରଣାଳୀରେ ଦୁଇ ପ୍ରକାରର ମିସାଇଲ ଅଛି ‘ପାଇଥନ’ ଓ ‘ଡର୍ବି’ ଯାହା ଆକ୍ଟିଭ ଅନବୋର୍ଡ ରାଡାର ସହ ସଜ୍ଜିତ । ଏହି ମିଜାଇଲ ଗୁଡିକର ସ୍ମୋକଲେସ ପ୍ରୋପଲସନ ପ୍ରଣାଳୀ କାରଣରୁ ଏହାକୁ ଶତ୍ରୁ ପକ୍ଷ ସ୍ପଷ୍ଟ କରିବା କଷ୍ଟକର । ଏହାକୁ ସ୍ପଷ୍ଟ କରିବା କିମ୍ବା ଏହାର ଲଞ୍ଚିଙ୍ଗ ଲୋକେସନ ଖୋଜିବା କଷ୍ଟକର ।