Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୂରଶୁଣ୍ଢୀ ରେ ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ବିଧାୟକ ଙ୍କୁ ଦାବି ପତ୍ର ପ୍ରଦାନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ବୁଧବାର ଅପରାହ୍ନ ରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁଙ୍କ ନେତୃତ୍ଵରେ କମିଟିର ସମ୍ପାଦକ ତ୍ରୟଞ୍ଚିବ ମିଶ୍ର, କୋଷାଧ୍ୟକ୍ଷ ସତ୍ୟ ମୋହନ ବେଦପାଣି , ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ୍ ହୋଇଥିଲେ । ଏଠାରେ ସୁଚାଇ ଦିଆଯାଇପାରେ ଏହି ଲକ୍ଷ୍ମୀ ମନ୍ଦିର ନିର୍ମାଣ ପ୍ରକଳ୍ପ ପାଇଁ ପାଞ୍ଚ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଦାବିପତ୍ର ପାଇବା ପରେ ବିଧାୟକ ଇଂ ରଘୁନାଥ ଜଗଦଲା ଲକ୍ଷ୍ମୀ ମନ୍ଦିର ପ୍ରକଳ୍ପ ନିର୍ମାଣ ପାଇଁ ମୋ ଦ୍ବାରା ଯାହା ସାହାଯ୍ୟ କରିବା କଥା ନିଶ୍ଚିତ ଭାବରେ ସହଯୋଗ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ।