Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସରାଏ ବର୍ଷାରେ ବଡ଼ଦାଣ୍ଡ ବେହାଲ, ଆଗକୁ ରଥଯାତ୍ରା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆସନ୍ତା ମାସରେ ଆସୁଛି ରଥଯାତ୍ରା ସେପଟେ ସହରର ବଡ଼ଦାଣ୍ଡ ତଥା ବିଜୁ ପଟ୍ଟନାୟକ ଛକ ଠାରୁ ବଡ଼ବଜାର ଏବଂ ସେଠାରୁ ଗାର୍ଲ୍ସ ହାଇସ୍କୁଲ ଛକ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ସେପଟେ ସାମାନ୍ୟ ବର୍ଷା ରେ ବେହାଲ ହୋଇ ଯାଉଛି ବଡ଼ଦାଣ୍ଡ ଅବସ୍ଥା। କଲଭର୍ଟ ମାନେ ମଧ୍ଯ ବିଭିନ୍ନ ସ୍ଥାନରେ ଦବି ଯାଇଛି। ଏ ନେଇ ଜନ ସାଧାରଣରେ ବ୍ୟାପକ ଚାପା ଅସନ୍ତୋଷ ଦେଖା ଦେଇଛି। ପୌର ପରିଷଦ ପକ୍ଷରୁ ଦୀର୍ଘ ଦିନରୁ ଆରମ୍ଭ ହୋଇଥିବା ନୂତନ ଡ୍ରେନ କାମ ମଧ୍ଯ ଇତି ମଧ୍ୟରେ ବନ୍ଦ ହୋଇଯାଇଛି। ପୌର ପରିଷଦ ପକ୍ଷରୁ ଡ୍ରେନ କାମ ପାଇଁ ସ୍ଥାନୀୟ ପ୍ରାୟ ୯୦ ଭାଗ ଲୋକ ନିଜ ନିଜ ଘର ସାମନାରେ ଡ୍ରେନ ଉପରେ ମାଡି ବସିଥିବା ସ୍ଥାନ ମଧ୍ଯ ଖାଲି କରିଦେଇଛନ୍ତି ତଥାପି ଡ୍ରେନ କାମ ଆଗକୁ ବଢି ପାରୁନାହିଁ। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ନର୍ଦ୍ଦମା ପାଣି ସୁଅ ଛୁଟୁଥିଲା ବେଳେ ଲୋକଙ୍କ ଘର ଭିତରକୁ ମଧ୍ଯ ପଶି ଯାଉଛି। ଏ ନେଇ ବ୍ୟାପକ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଲୋକ ସାମାନ୍ୟ ତମ ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି। ଆଗକୁ ରଥଯାତ୍ରା ରାସ୍ତା ଓ ଡ୍ରେନ କାମ ଅତି ଶିଘ୍ର ନ ହେଲେ ଆଗକୁ ବଡ଼ ଆନ୍ଦୋଳନ ସାମନା କରିବା ପୌର ପରିଷଦ। ଏ ନେଇ ପୌର ଅଧିକାରୀ ଋଷି ମାଝୀ ଙ୍କୁ ଯୋଗାଯୋଗ କରିବାରୁ ସେ ଦୁଃଖ ପ୍ରକାଶ କରିବା ସହ ରଥଯାତ୍ରା ଭିତରେ ସମସ୍ତ କାମ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ସୂଚନା ଦେଇଥିଲେ ଯେ ପିଚୁ ରାସ୍ତା ସହ ଡ୍ରେନ କାମ ପାଇଁ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କାର ଟେଣ୍ଡର ସରିଯାଇଛି ଏବଂ ତୁରନ୍ତ କାମ ଆରମ୍ଭ କରିବା ପାଇଁ ଆଜି ହିଁ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ କ୍ଷେତ୍ର ପରିଦର୍ଶନ କରିବାକୁ ପ୍ରସ୍ତୁତି ହେଉଥିବା କହିଥିଲେ।