Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନରେ ପୁଣି ଭୂକମ୍ପ ଝଟକା

ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ନରସଂହାର ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ କେନ୍ଦ୍ର ଓ ପାକିସ୍ତାନୀ ସେନା ବିରୋଧରେ ଜବରଦସ୍ତ ଆକ୍ସନ ନେଉଛି ଭାରତ । ଏହାରି ଭିତିରେ ପାକିସ୍ତାନ ଉପରେ ପ୍ରକୃତି ବି ଦାଉ ସାଧିଛି । ଭାରତ ସହ ଯୁଦ୍ଧ ସ୍ଥିତିକୁ ନେଇ ସାରା ପାକିସ୍ତାନରେ ହାହାକାର ଲାଗି ରହିଥିବା ବେଳେ ଭୂକମ୍ପରେ ଥରିଛି ଆତଙ୍କୀସ୍ତାନ । ଶୁକ୍ରବାର ରାତି ପ୍ରାୟ ୧ଟା ୪୪ ମିନିଟରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡର ଥିବା ଜଣାପଡିଛି । 

ଭାରତ ସହ ସଂଘର୍ଷ ଜାରିଥିବା ସମୟରେ ଭୂକମ୍ପ ଝଟକା ପାକିସ୍ତାନକୁ ଦୋହଲାଇ ଦେଇଛି । ତେବେ କୌଣସି ଧନଜୀବନର କ୍ଷତି ହୋଇଥିବା ସୂଚନା ମିଳିନାହିଁ । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନର ବଲୁଚିସ୍ତାନ ସହର ନିକଟ କ୍ବେଟା ବୋଲି ଜଣାପଡିଛି । ଏପଟେ ଭାରତ ଦୁଇଟି ଡ୍ୟାମ ଖୋଲିବାରୁ ପାକିସ୍ତାନରେ ବନ୍ୟା ସ୍ଥିତି ଦେଖାଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ