ବାଲିଗୁଡା, ତା, ୦୫/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଗୁରୁବାର ୩୦ ଦିନରେ ପହଞ୍ଚି ଥିବା ବେଳେ ଘଟ ପରିକ୍ରମା ଶେଷ ହୋଇଛି l ଆଜି ଗୁରୁବାର ଥିବାରୁ ମା’ ମାନେ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେଇଛନ୍ତି l ଏହି ପରିପ୍ରେକ୍ଷୀରେ ମା ‘ମାନେ ଆଜି ଦିନ ତମାମ କେବଳ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ବିଶେଷ କରି ମହିଳା ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ି ରେ ଅପେକ୍ଷା କରି ମା ‘ ମାନଙ୍କୁ ପୂଜାର୍ଚ୍ଚନା କରି ଦର୍ଶନ କରିଛନ୍ତି l ପଞ୍ଚ ଠାକୁରାଣୀ ଙ୍କୁ ଏକତ୍ର ଭାବେ ଦର୍ଶନ କରିବାର ସୌଭାଗ୍ୟ କୁ ହାତ ଛଡା ନ’ କରି ଗୁରୁବାର ଦିନ ଶେଷ ମିଳନ ଦୃଶ୍ୟ କୁ ଭକ୍ତ ମାନେ ଉପଭୋଗ କରିଥିଲେ l ଦୀର୍ଘ ଏକ ମାସ ଧରି ଚାଲିଥିବା ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଆସନ୍ତାକାଲି ଅନ୍ତିମ ଦିବସ, ଏଣୁ ଶୁକ୍ରବାର ମଧ୍ୟାହ୍ନରେ ମା’ଙ୍କୁ ଡାକରାରେ ଆସିବେ l ମା’ ମାନେ ଭାବବିହ୍ବଳ ପରିବେଶ ମଧ୍ୟରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବିଭିନ୍ନ ପ୍ରକାର ବାଜା ବାଜଣା ନୃତ୍ୟ, ଗୀତ ମାଧ୍ୟମରେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି l ଏ ନେଇ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା l ଅସ୍ଥାୟୀ ପୀଠରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପୁରୋହିତ ଭାବେ ସଞ୍ଜୟ କୁମାର ଦାସ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପ୍ରଚାରକ ଭାବେ ନୀଳକଣ୍ଠ ମିଶ୍ର, ମୁଖ୍ୟ ସେବାକାରୀ ଭାବେ ସନ୍ତୋଷ କୁମାର ଦାସ ଏବଂ ମୁଖ୍ୟ ସେବକ ଭାବେ ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ଶ୍ରୀକାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ପରିଚାଳନା କରୁଛନ୍ତି l ସ୍ଥାନୀୟ ଯାତ୍ରା କମିଟି ତରଫରୁ ନୀଳଗିରି ଫାର୍ମ ନିକଟସ୍ଥ ଯାତ୍ରା ପଡିଆ ରେ ପଞ୍ଚମ ଦିନ ପାଇଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ସମ୍ବଲପୁରରୁ ଆସିଥିବା ଉମା ମେଲୋଡି ଗ୍ରୁପ ନିଜ ସହଯୋଗୀ ଙ୍କୁ ନେଇ ନିଜ ନିଜର ସଙ୍ଗୀତ ପରିବେଷଣ କରିଥିଲେ l ଏଥିରେ କମିଟି ର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, ସହ ସମ୍ପାଦକ ଗଙ୍ଗାଧର ଭୋଇ, କୋଷାଧକ୍ଷ ଅଶୋକ କୁମାର ସାହୁଙ୍କ ସମେତ ଠାକୁରାଣୀ ଯାତ୍ରା ପରିଚାଳନା କମିଟି ର ୫ଜଣିଆ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରୁଛନ୍ତି l ପ୍ରବଳ ଗହଳି ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ପୋଲିସ ବିଭାଗ ପକ୍ଷରୁ ସମଗ୍ର ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l
ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଘଟ ପରିକ୍ରମା ଶେଷ: ଶୁକ୍ରବାର ବିଳମ୍ବିତ ରାତିରେ ମା’ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ
