Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ୩ ଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୧୫ରୁ ୧୯ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ସାଇପ୍ରସ୍, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ। ୟୁରୋପୀୟ ସଂଘ ଏବଂ ଭୂମଧ୍ୟସାଗରୀୟ କ୍ଷେତ୍ର ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଏବଂ ଭାରତର ସମ୍ପର୍କକୁ ମଜବୁତ କରିବା ଦୃଷ୍ଟିରୁ ଅପରେସନ୍ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରଥମ ବିଦେଶ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।

କାନାଡାରେ G-7 ଶିଖର ସମ୍ମିଳନୀରେ ଯୋଗଦେବା ବ୍ୟତୀତ, ସେ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସାଇପ୍ରସ୍ ପହଞ୍ଚିବେ। ଜୁନ୍ ୧୫-୧୬ ର ଏହି ଗସ୍ତ ସାଇପ୍ରସ୍ ଗଣରାଜ୍ୟର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ନିମନ୍ତ୍ରଣରେ ହେଉଛି। ଦୁଇ ଦଶନ୍ଧି ମଧ୍ୟରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାଇପ୍ରସ୍ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି କ୍ରିଷ୍ଟୋଡୋଲାଇଡ୍ସଙ୍କ ମଧ୍ୟରେ ରାଜଧାନୀ ନିକୋସିଆରେ ଆଲୋଚନା ହେବ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୧୬-୧୭ ରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ G-7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି କ୍ରୋଏସିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ୍ ପ୍ଲେଙ୍କୋଭିକ୍ଙ୍କ ନିମନ୍ତ୍ରଣରେ ଜୁନ୍ ୧୮ରେ କ୍ରୋଏସିଆକୁ ଏକ ସରକାରୀ ଗସ୍ତ କରିବେ। ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କ୍ରୋଏସିଆକୁ ପ୍ରଥମ ଗସ୍ତ ହେବ, ଯାହା ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପ୍ରମାଣିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ