Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାନାଡାରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ତମ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାରେ ପହଞ୍ଚିଛନ୍ତି। ଆଲବର୍ଟାର କାନାକାସ୍କିସ୍‌ରେ ଜି-୭ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି। କାନାଡାର କାଲଗାରିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦି ଖୁବ୍‌ଶୀଘ୍ର କାନାକାସ୍କିସ୍ ଯିବେ।

କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ପହଞ୍ଚିଛନ୍ତି। ଫ୍ରାନ୍ସ, ଆମେରିକା, ୟୁନାଇଟେଡ୍ କିଙ୍ଗଡମ୍, ଜର୍ମାନୀ, ଜାପାନ ଏବଂ ଇଟାଲୀର ମୁଖ୍ୟମାନେ ୧୬-୧୭ ଜୁନ୍ ରେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ତେବେ ଲଗାତାର ଷଷ୍ଠ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜି-୭ ଶିଖର ସମ୍ମିଳନୀର ଅଂଶ ହେବାକୁ ଯାଉଛନ୍ତି।

ସୂଚନା ଅନୁଯାୟୀ, ଜି-୭ ଶିଖର ସମ୍ମିଳନୀର ପ୍ରଥମ ଦିନ ବହୁତ ଭଲ ଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଝିରୁ ଫେରି ଯାଇଛନ୍ତି। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପ ଏବେ ସାକ୍ଷାତ କରିପାରିବେ ନାହିଁ। ତେବେ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ଟ୍ରମ୍ପଙ୍କ ଫେରିବା ବିଷୟରେ ସୂଚନା ଦେଇ କହିଛନ୍ତି ମଧ୍ୟ ପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେ ଆମେରିକା ଫେରିଯାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ