Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ୍ ତୀବ୍ର ହେବାରେ ଲାଗିଛି। ଯାହାକୁ ନେଇ ଭାରତ ସରକାର ତେହେରାନ ଛାଡିବାକୁ ଭାରତୀୟ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଉପଯୁକ୍ତ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଭାରତୀୟ ମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି। ଏଥି ସହିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ସେମାନଙ୍କର ସ୍ଥାନ ଏବଂ ଯୋଗାଯୋଗ ନମ୍ବର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।।

ତେବେ ଯୋଗାଯୋଗ ନମ୍ବରଗୁଡ଼ିକ ହେଉଛି +୯୮୯୦୧୦୧୪୪୫୫୭,+୯୮୯୧୨୮୧୦୯୧୧୫,+୯୮୯୧୨୮୧୦୯୧୦୯ ଦୂତାବାସ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ମାଧ୍ୟମରେ  ତେହେରାନରେ ଥିବା ଭାରତୀୟ ଛାତ୍ରମାନଙ୍କୁ ସହରରୁ ବାହାରକୁ ସ୍ଥାନାନ୍ତର କରାଯାଉଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଯେଉଁମାନେ ସ୍ୱାବଲମ୍ବୀ ଭାବରେ ଯିବା ଆସିବା କରିପାରୁଛନ୍ତି ସେମାନଙ୍କୁ ତୁରନ୍ତ ସହର ଛାଡିବାକୁ ମଧ୍ୟ  ପରାମର୍ଶ ଦିଆଯାଇଛି। ଅପରପକ୍ଷରେ କିଛି ଭାରତୀୟ ମାନଙ୍କୁ  ଆର୍ମେନିଆ ସୀମା ଦେଇ ମଧ୍ୟ ଇରାନ ଛାଡିବାର ସୁବିଧା ଯୋଗାଇ ଦିଆଯାଇଛି। ପୂର୍ବରୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଖି ଆଗରେ ରଖି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଇରାନରୁ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଥିଲା। ବର୍ତ୍ତମାନ ପାଇଁ ତିନୋଟି ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ଅନ୍ୟ ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବା ର ପ୍ରୟାସ ଜାରି ରହିଛି।

ତେବେ ଇରାନରେ ପ୍ରାୟ ୧୦ ହଜାର ଭାରତୀୟ ଛାତ୍ର ଅଛନ୍ତି।ସେଥିମଧ୍ୟରୁ  ୧୫୦୦ କାଶ୍ମୀରୀ ଛାତ୍ର ଅଛନ୍ତି। ସେଠାକୁ ଅଧିକାଂଶ ଛାତ୍ର ଡାକ୍ତରୀ ପାଠ ପଢ଼ିବା ପାଇଁ ଆସିଥିଲେ। ଇରାନର ସମସ୍ତ ବିମାନ ସେବା ବନ୍ଦ ଥିବାରୁ ଆର୍ମେନିଆ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ତେବେ ଆର୍ମେନିଆରୁ  ଜର୍ଜିଆ ଏବଂ ‘ପରେ ପଶ୍ଚିମ ଏସିଆ ଦେଇ ଭାରତ ଅଣାଯିବା ନେଇ ଯୋଜନା ଚାଲିଛି।ପ୍ରଥମେ ୧୧୦ ଜଣ ଛାତ୍ରଙ୍କୁ ନେଇ ଆର୍ମେନିଆ ସୀମାରେ ପହଞ୍ଚାଇ ଦିଆଯାଇଥିଲା।ଏହା ପୂର୍ବରୁ  ସୋମବାର ଦିନ  ତେହେରାନରୁ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବସ୍ ବ୍ୟବସ୍ଥା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ