Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋବାଇଲ ଦୋକାନ ରୁ ଚୋରୀ ଘଟଣା ରେ ଲୁଟେରାଙ୍କୁ ବାନ୍ଧିଲା ପୋଲିସ: ୧୩ ମୋବାଇଲ ଜବତ

ବାଲିଗୁଡା, ତା, ୧୭/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ଦ୍ୱାରା ଜଣେ ମୋବାଇଲ ଲୁଟେରା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ହେଲେ ଉକ୍ତ ଥାନା ପ୍ଳିହେରୀର ସୂର୍ଯ୍ୟ ପ୍ରଧାନ (୧୯) ବୋଲି ଡିଏସପି ତଥା ଦାରିଙ୍ଗବାଡି ଥାନା ଇନଚାର୍ଜ କନକ କୁମାର ମାଝୀ କହିଛନ୍ତି। ପୋଲିସ ଗିରଫ ଯୁବକଠାରୁ ବିଭିନ୍ନ କମ୍ପାନୀର ନୂଆ ମୋବାଇଲ ୧୩ ଟି ଜବତ କରିବା ସହ ଚୋରିରେ ବ୍ୟବହୃତ ଫ୍ଲାସ, କଟର, ସ୍କ୍ର୍ୟୁ ଡ୍ରାଇଭେର ଏବଂ ଏକ ବ୍ୟାଗକୁ ପୋଲିସ ଜବତ କରିଛି। ମୋବାଇଲର ଦାମ ପ୍ରାୟ ୭୦ହଜାର ହେବ ବୋଲି ଡିଏସପି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି l ପ୍ରକାଶ ଯେ, ମେ ୨ରେ ଦାରିଙ୍ଗବାଡି ବଜାର ଉପରେ ରହିଥିବା ଏକ ମୋବାଇଲ ଦୋକାନରୁ ବିଳମ୍ବିତ ରାତିରେ ତାଲା କାଟି ମୋବାଇଲ ଚୋରି ହୋଇଯାଇଥିବା ମୋବାଇଲ ଦୋକାନ ମାଲିକ ଅଜିତ କୁମାର ସାହୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାକୁ ଦାରିଙ୍ଗବାଡି ପୋଲିସ ଗୁରୁତର ସହ ନେବା ସହ ଘଟଣାକୁ ନିଜେ ଇନଚାର୍ଜ ଦାୟିତ୍ୱରେ ରହିଥିବା ଡିଏସପି କନକ କୁମାର ମାଝୀ ତଦନ୍ତ ଦାୟିତ୍ୱ ନେଇଥିଲେ। ତାଙ୍କୁ ଏ ଏସ ଆଇ ଶ୍ରୀନିବାସ ରେଡ୍ଡୀ, ଅର୍ଜୁନ ଶବର ତଦନ୍ତରେ ସହଯୋଗ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଓ ଫୋନ ଟ୍ରାକ କରି ସୂର୍ଯ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଡିଏସପି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ପୋଲିସ କେଶ ନଂ. ୯୬/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକା ତଦନ୍ତ ଅବ୍ୟାହତ ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ