Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ ତ ଟ୍ରେଲର, ଏବେ ପୂରା ହିନ୍ଦୁସ୍ଥାନ ବାକି ରହିଛି: ବିଜେପି ପରାଜୟରେ ସଞ୍ଜୟଙ୍କ ହୁଙ୍କାର

ମୁମ୍ଵାଇ: କର୍ଣ୍ଣାଟକରେ କଂଗ୍ରେସର ପ୍ରଚଣ୍ଡ ବିଜୟ ଏବଂ ଭାରତୀୟ ଜନତା ପାର୍ଟିର ଶୋଚନୀୟ ପରାଜୟରେ ଉତଫୁଲ୍ଲିତ ଶିବସେନାର ଉଦ୍ଧବ ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି କର୍ଣ୍ଣାଟକ ତ କେବଳ ଏକ ଟ୍ରେଲର, ଏବେ ପୂରା ହିନ୍ଦୁସ୍ଥାନ ବାକି ରହିଛି। ଶିବସେନାର ଏହି ସାଂସଦ ଦକ୍ଷିଣ ରାଜ୍ୟରେ ଘଟିଥିବା କ୍ଷମତା ପରିବର୍ତ୍ତନକୁ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ଯୋଡ଼ି କି ଦେଖୁଛନ୍ତି।

ସେ କହିଛନ୍ତି, କର୍ଣ୍ଣାଟକ ପରେ ଏବେ ପୂରା ହିନ୍ଦୁସ୍ଥାନରେ ବିଜେପିର ପରାଜୟ ବାକି ରହିଛି। କର୍ଣ୍ଣାଟକ ଏହା ଦେଖାଇ ଦେଇଛି ଯେ, ଜନତା ଏକଛତ୍ରବାଦକୁ ପରାଜିତ କରି ପାରିବେ। କଂଗ୍ରେସ ବିଜୟ ହାସଲ କରିଛି, ଯାହାର ଅର୍ଥ ବଜରଙ୍ଗବଲୀ କଂଗ୍ରେସ ସହିତ ଅଛନ୍ତି। ଗୃହ ମନ୍ତ୍ରୀ ଅମିତ୍ ଶାହା କହିଥିଲେ, ବିଜେପି ହାରିଲେ ରାଜ୍ୟରେ ଦଙ୍ଗା ପୁଣି ଥରେ ଘଟିବ। କର୍ଣ୍ଣାଟକ ଏକ ଶାନ୍ତ ରାଜ୍ୟ। କେଉଁଠି ଦଙ୍ଗା ବୋଲି ସଞ୍ଜୟ ରାଉତ କହିଛନ୍ତି।

ରାଉତ କହିଛନ୍ତି, ଦେଶରେ ମୋଦୀ ଲହର ସମାପ୍ତ ହୋଇ ସାରିଛି ଏବଂ ଏବେ ଆମ ଲହର ପୂରା ଦେଶରେ ଆସୁଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆମର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଆଜି ଶରଦ ପାଓ୍ଵାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଛି। ବୈଠକରେ ୨୦୨୪ ନିର୍ବାଚନ ବିଷୟରେ ଆଲୋଚନା କରାଯିବା ଏବଂ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ