ବାଲିଗୁଡା, ତା, ୨୯/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରାବାସ ମରାମତି କରାଯିବା ସମୟରେ ଗତ ଛୁଟି ପୂର୍ବରୁ ସପ୍ତମ ଓ ଅଷ୍ଟମ ଛାତ୍ରଙ୍କ ଛାତ୍ରାବାସରେ ରହିଥିବା ଟ୍ରଙ୍କ ସମେତ ପାଠ୍ୟ ପୁସ୍ତକ, ପୋଷାକ ଆଦି ଏଣେତେଣେ ଫିଙ୍ଗି ଦିଆଯାଇଥିଲା। ଏ ସମ୍ପର୍କରେ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ। ଶନିବାର ଜଣେ ଅଭିଭାବକ ସୁଦର୍ଶନ ପ୍ରଧାନ ତାଙ୍କ ପୁଅଙ୍କ ସାମଗ୍ରୀ ମିଳି ନ ଥିବା ଓ ତାଙ୍କ ପୁଅ ଆଜି ତାଙ୍କ ବାପା ଛାତ୍ରାବାସ ଯିବା ସମୟରେ ସମସ୍ତ ଘଟଣା ଜଣାଇବା ପରେ ଏ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ପ୍ରଶାସନ ତତ୍ପର ପ୍ରକାଶ କରି ଛାତ୍ରଙ୍କ ହଜିଯାଇଥିବା ସାମଗ୍ରୀ ଫେରାଇଥିଲେ ଓ ଏନେଇ ଛାତ୍ରଙ୍କ ଏକ ଭିଡିଓ କରି ସେ ନିଜ ସାମଗ୍ରୀ ଫେରିପାଇଥିବା ଭାଇରଲ କରାଯାଇଥିଲା। ବାଲିଗୁଡା ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ )ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହ ଏଭଳି ପିଲାଙ୍କ ସାମଗ୍ରୀ ନ ଫିଙ୍ଗି ତାକୁ ସଠିକ ଭାବରେ ରଖାଯିବା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି।
ଖବର ପ୍ରକାଶ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଙ୍କ ସାମଗ୍ରୀ ଫେରାଇଲେ
