Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମିରେ ପ୍ରବଳ ଭିଡ଼,ପୁଲିସ ମୁତୟନ

ଗୋପାଳପୁର, ପ୍ରାୟ ଏକ ସପ୍ତାହ ହେଲା ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଅସହ ଗୁଳୁଗୁଳି ଲାଗି ରହୁଛି। ଲେ‌ାକେ କୌଣସି କାମ ନଥିଲେ ବାହାରକୁ ଯିବାକୁ ମଙ୍ଗୁନଥିବା ବେଳେ ସନ୍ଧ୍ୟା ହେଲେ ପରିବାର ସଦସ୍ୟଙ୍କସହ ବିଭିନ୍ନ ପାର୍କ କିମ୍ବା ବେଳାଭୂମି ବୁଲିବାକୁ ଆସୁଥିବା ଦେଖିବାକୁ ମିଳିଛି। ଆଜି ରବିବାର ରହିଥିବାରୁ ‌‌‌‌‌ ସନ୍ଧ୍ୟାରେ ଆଖପାଖ ଅଞ୍ଚଳର ଲୋକେ ନିଜ ପରିବାର ସହ ଗୋପାଳପୁର ମୁହାଁ ହୋଇଥିଲେ। ଆଜି ବେଳାଭୂମିରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଲୋକଙ୍କ ଗହଳି ରହିଥିବା ବେଳେ ଲୋକେ ସମୁଦ୍ରରେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିଲା। ତାହାସହ ନିଜ ନିଜ ମୋବାଇଲରେ ଫଟୋ ଉଠାଇବାଥିବା ଦେଖିବାକୁ ମିଳିଛି। ଆଜି ସମସ୍ତ ଫାଷ୍ଟଫୁଡ଼ ଓ ଉଠା ଦେକାନ ମାନଙ୍କରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ତାହାସହ ସମୁଦ୍ରରେ ଆଜି ଉଚ୍ଚ ଜୁଆର ମଧ୍ୟ ରହିଥିଲା, ଏହାକୁ ନଜରରେ ରଖି ବେଳାଭୂମି ରେ ନିୟୋଜିତ ରହିଥିବା ଲାଇଫ ଗାର୍ଡ ମାନେ ପର୍ଯ୍ୟଟକ ଙ୍କୁ ସମୁଦ୍ର ରେ ସ୍ନାନ କରିବାକୁ ବାରଣ କରୁଥିବା ଦେଖିବାକୁ ମିଳିଥିଲା । ଗହଳିକୁ ନଜରରେ ରଖି ଗୋପାଳପୁର ପୁଲିସ ପକ୍ଷରୁ ଏକ ସେକ୍ସନ ଫୋର୍ସ ମୁତୟନ କରାଯିବା ସହ ବେଳାଭୂମି କଡ଼ା ପ୍ରହରା ଦେଉଥିବା ଦେଖିବାକୁ ମିଳିଛି।