ବାଲିଗୁଡା, ତା, ୩୦/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅନ୍ତର୍ଗତରେ ଥିବା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଇ ଆସୁଥିବା ଦୈତାରୀ ପରିଡ଼ା ସୋମବାର ୩୦ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ଉପସଭାପତିଙ୍କ ଉପସ୍ଥିତ ରେ ବିଦ୍ୟାଳୟ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆଞ୍ଚଳିକ ସାଧନ କର୍ମୀ ସୌଦାମିନୀ ସାହୁ, ପଦ୍ମ ଲୋଚନ ପଣ୍ଡା, ବଂଶିଧର ସାହୁଙ୍କ ସମେତ ଆଖ ପାଖ ବିଦ୍ୟାଳୟ ର କେତେକ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତ ଥିଲେ l ବିଦାୟ ପ୍ରଧାନ ଶିକ୍ଷକ ଶ୍ରୀ ପରିଡ଼ା ୩୫ବର୍ଷ ର ଚାକିରୀ କାଳ ମଧ୍ୟରେ ସେ କନ୍ଧମାଳ ଜିଲ୍ଲାର ଦୁଇଟି ବ୍ଲକ୍ ରେ ନିଜର ଶିକ୍ଷକତା ସମୟ ବିତାଇ ଆଜି ଶେଷ ଦିନରେ ବାଲିଗୁଡା ବ୍ଲକ୍ କଲୋନୀରେ କାର୍ଯ୍ୟ ସମାପ୍ତ କରି ବିଭିନ୍ନ ଅନୁଭୁତି ବର୍ଣ୍ଣନା କରିଥିଲେ l
ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
