Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଫତୱା…

ତେହେରାନ: ଇରାନର ପରମାଣୁ କାର୍ଯ୍ୟକ୍ରମ ପରେ  ଆମେରିକା ଏବଂ ଇସ୍ରାଏଲ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହାକୁ ନେଇ ବର୍ତ୍ତମାନ୍ ତେହେରାନର ଜଣେ ପ୍ରତିଷ୍ଠିତ ସିଆ ମୌଲାନା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୁଦ୍ଧରେ ଏକ ଫତୱା ଜାରି କରିଛନ୍ତି।

ମୌଲାନା ନାସେର ମାକାରେମ୍ ଶିରାଜି ବିଶ୍ୱର ସମସ୍ତ  ମୁସଲମାନମାନଙ୍କୁ ଏକତ୍ର ହେବାକୁ ଆହ୍ୱାନ କରି ଏକ ଫତୱା ଜାରି କରିଛନ୍ତି। କିଛି ଦିନ ହେଲା ଆମେରିକାର ରାଷ୍ଟ୍ରପତି ଏବଂ ଇସ୍ରାଏଲୀ ନେତାମାନେ ଇରାନର ସୁପ୍ରିମନେତାଙ୍କୁ ବାରମ୍ବାର ଧମକ ଦେଇ ଆସୁଛନ୍ତି। ତେବେ ଏହାକୁ ନେଇ  ଫତୱାରେ କୁହାଯାଇଛି ଯେ ବିଶ୍ୱ ଇସଲାମିକ୍ ସମ୍ପ୍ରଦାୟର ନେତୃତ୍ୱ ପାଇଁ ବିପଦ ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତି କିମ୍ବା ସରକାରଙ୍କୁ ଜବାବ ଦିଆଯିବ ଓ ଯେଉଁମାନେ ଇରାନର ନେତାଙ୍କୁ ଧମକ ଦେଉଛନ୍ତି କିମ୍ବା  ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବେ ତାଙ୍କୁ ଆଲ୍ଲାହଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିବ।

ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯିଏ ଇରାନର ସୁପ୍ରିମ ନେତା କିମ୍ବା ଧାର୍ମିକ ନେତାମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି  ସେମାନେ ଇସଲାମିକ ଆଇନ ଅନୁଯାୟୀ କଠୋର ଦଣ୍ଡ ପାଇବାର ହକଦାର ଅଟନ୍ତି। ଏହାଦ୍ବାରା ସେ ସମସ୍ତ ମୁସଲିମ ମାନଙ୍କର ଶତ୍ରୁ ହୋଇଯିବେ ଓ ସେମାନଙ୍କ ଠାରୁ ପ୍ରତିଶୋଧ ନେବା ମଧ୍ୟ ଜରୁରୀ ହୋଇଯିବ। ତେବେ ଆଲ୍ଲାହ ସୁପ୍ରିମ ନେତାଙ୍କ ଉପରେ ନିଜର ଆଶୀର୍ବାଦ ବଜାୟ ରଖି ତାଙ୍କ ରକ୍ଷା କରନ୍ତୁ ବୋଲି ମଧ୍ୟ ଫତୱା ରେ ଲେଖା ଯାଇଛି। ଯିଏ ଇସଲାମିକ ଉମ୍ମାର ନେତୃତ୍ୱ ଏବଂ ଏକତା ପାଇଁ ବିପଦ ସୃଷ୍ଟି କରେ ତାଙ୍କୁ ଆଲ୍ଲାହଙ୍କ ପାଖରେ ଦୋଷୀ ଭାବରେ ବିବେଚନା କରାଯିବା ନେଇ ମଧ୍ୟ ସେଥିରେ ଲେଖା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ