Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଓ ଚୀନ୍ ସୀମା ବିବାଦ ପ୍ରସଙ୍ଗ ବହୁତ ଜଟିଳ

ବେଜିଂ: ଚୀନ୍ କହିଛି ଯେ ଭାରତ ସହିତ ସୀମା ବିବାଦ ପ୍ରସଙ୍ଗ ବହୁତ ଜଟିଳ। ଏପରି ପରିସ୍ଥିତିରେ ଏହାର ସମାଧାନ ପାଇଁ ବହୁତ ସମୟ ଲାଗିପାରେ। ତେବେ ଉଭୟ ଦେଶରେ ଏହାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛି।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟର ଜବାବରେ ଚୀନ୍ ଏହି ବିବୃତ୍ତି ଦେଇଛି। ଗତ ସପ୍ତାହରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡଙ୍ଗ୍ ଜୁନଙ୍କ ସହ ସାକ୍ଷାତ ସମୟରେ ରାଜନାଥ ସିଂହ ଭାରତ-ଚୀନ୍ ସୀମା ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଆଗକୁ ବଢ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜନାଥ ସିଂହ ଏବଂ ଡଙ୍ଗ୍ ଜୁନ୍ ୨୬ ଜୁନ୍ ରେ ଚୀନ୍ ସହର କ୍ୱିଙ୍ଗଡାଓରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ସ୍ଥିରତା ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନା କରିଥିଲେ। ସୀମାରେ ଉତ୍ତେଜନା ହ୍ରାସ କରିବା ଏବଂ ଜଟିଳ ସମସ୍ୟାର ସମାଧାନ ଉପରେ ସିଂହ ଗୁରୁତ୍ୱାରୋପ କରିଥିଲେ।

ସୋମବାର ରାଜନାଥ ସିଂହଙ୍କ ମନ୍ତବ୍ୟର ଜବାବରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି, ଚୀନ୍ ଏବଂ ଭାରତ ସୀମା ପ୍ରଶ୍ନରେ ଏକ ସ୍ୱତନ୍ତ୍ର ପ୍ରତିନିଧି (SR) ତନ୍ତ୍ର ସ୍ଥାପନ କରିଛନ୍ତି। ସୀମା ବିବାଦ ପାଇଁ ରାଜନୈତିକ ପାରାମିଟର ଏବଂ ମାର୍ଗଦର୍ଶକ ନୀତି ଅନୁଯାୟୀ ଏକ ଚୁକ୍ତି ମଧ୍ୟ ହୋଇଛି। ‘ମାଓ ନିଙ୍ଗ୍ କହିଛନ୍ତି, ‘ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ସମୟ ଲାଗିବ କିନ୍ତୁ ଉଭୟ ଦେଶ ସୀମା ନିର୍ଦ୍ଧାରଣ ଏବଂ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ। ଉଭୟ ପକ୍ଷର ବିଭିନ୍ନ ସ୍ତରରେ କୂଟନୈତିକ ଏବଂ ସାମରିକ ଯୋଗାଯୋଗ ବ୍ୟବସ୍ଥା ଅଛି। ସୀମାରେ ଭାରତ ସହିତ ଆଲୋଚନା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଚୀନ୍ ନିରନ୍ତର ଭାବରେ ନିଜର ଭୂମିକା ଗ୍ରହଣ କରିଆସିଛି।’

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ