Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ

ଆକ୍ରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ‘ବିଶିଷ୍ଟ ରାଷ୍ଟ୍ରନୀତି ଏବଂ ବିଶ୍ୱରେ ପ୍ରଭାବଶାଳୀ ନେତୃତ୍ୱ ପାଇଁ  ବୁଧବାର ପଶ୍ଚିମ ଆଫ୍ରିକୀୟ ଦେଶ ଘାନାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦି ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନ’ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ମୋଦି ତାଙ୍କର ପାଞ୍ଚ-ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଘାନାକୁ ଯାଇଛନ୍ତି। ଘାନାର ଜାତୀୟ ସମ୍ମାନ ପାଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଥିବା ନିଜର ସୋସିଆଲ ମିଡ଼ିଆ ସାଇଟ ‘X’ ରେ ପୋଷ୍ଟ କରିଛନ୍ତି।ମୋଦି କହିଥିଲେ ଯେ ଏହା ତାଙ୍କ ପାଇଁ ଗର୍ବ ଏବଂ ସମ୍ମାନର ବିଷୟ ଓ ସେ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଏହି ପୁରସ୍କାରକୁ ବିନମ୍ରତାର ସହ ଗ୍ରହଣ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ଘାନାର ରାଷ୍ଟ୍ରପତି ମହାମାଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା। ଯାହାପରେ ସେ ଏକ ବିବୃତ୍ତିରେ କହିଛନ୍ତି ଯେ ଉଭୟ ଦେଶ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଭାରତ, ଘାନାର ବିକାଶ ଯାତ୍ରା ରେ ମଧ୍ୟ ସହଭାଗୀ ହେବ। ସଂସ୍କୃତି ଏବଂ ପାରମ୍ପରିକ ଚିକିତ୍ସା କ୍ଷେତ୍ର ସମେତ ଅନେକ କ୍ଷେତ୍ରରେ ଦୁଇ ଦେଶ ଚାରୋଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି। କେବଳ ଏତିକି ନୁହେଁ ଉଭୟ ଦେଶ ଆତଙ୍କବାଦ ବିରୋଧରେ ଲଢିବା ପାଇଁ ପାରସ୍ପରିକ ସହଯୋଗକୁ ମଜବୁତ୍ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ