Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘାନା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଖାସ୍ ଉପହାର ଦେଲେ ମୋଦୀ, ଭାରତୀୟ ସଂସ୍କୃତିର ଝଲକ ରହିଛି…

ନୂଆଦିଲ୍ଲୀ: ଘାନା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘାନା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି । ଘାନାରୁ ତ୍ରିନିଦାଦ ଏବଂ ଟୋବାଗୋ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଘାନାର ରାଷ୍ଟ୍ରପତି ଜନ୍ ମହାମା, ତାଙ୍କ ପତ୍ନୀ ଏବଂ ସଂସଦର ବାଚସ୍ପତିଙ୍କୁ ଭାରତର ପାରମ୍ପରିକ କଳାକୃତି ସହିତ ଜଡିତ ଅନନ୍ୟ ଏବଂ ସୁନ୍ଦର ଉପହାର ଦେଇଥିଲେ। ଏହି ଉପହାରର ଭାରତୀୟ ସଂସ୍କୃତି ସହ ସମ୍ପର୍କ ରହିଛି।

ପ୍ରଧାନମନ୍ତ୍ରୀ ମୋଦି ଘାନାର ରାଷ୍ଟ୍ରପତି ଜନ୍ ମହାମାଙ୍କୁ କର୍ଣ୍ଣାଟକର ପ୍ରସିଦ୍ଧ ବିଦ୍ରି କଳାର ଏକ ଫୁଲଦାନୀ ଉପହାର ଦେଇଛନ୍ତି। କର୍ଣ୍ଣାଟକର ବିଦର ଜିଲ୍ଲାରେ ଏହି ସ୍ୱତନ୍ତ୍ର ଯୋଡ଼ା ଫୁଲଦାନୀ ପ୍ରସ୍ତୁତ କରାଯାଇଛି। ବିଦ୍ରି ଧାତୁ କଳା ଏହାର ଗଭୀର କଳା ପୃଷ୍ଠଭୂମି ଏବଂ ଏଥିରେ ସୂକ୍ଷ୍ମ ରୂପା କାମ ପାଇଁ ଜଣାଶୁଣା। ଏଥିରେ ଜିଙ୍କ୍ ଏବଂ ତମ୍ବାର ମିଶ୍ରଣ ବ୍ୟବହାର କରାଯାଇଥାଏ।

ସେହିପରି ଅନ୍ୟ ଗିଫ୍ଟ ହେଉଛି ଓଡ଼ିଶା କଟକରେ ନିର୍ମିତ ଏକ ସୁନ୍ଦର ରୁପା ତାରକସୀର ପର୍ସ। ରୁପା ତାରକସୀ କାରିଗରମାନେ ୫୦୦ ବର୍ଷରୁ ଅଧିକ ସମୟ ଧରି ନିଖୁଣ ରୁପା ତାରକସୀ କାମ କରି ଆସୁଛନ୍ତି। ଏହି ଗିଫ୍ଟରେ ଅତି ପତଳା ରୁପା ତାରରେ ତିଆରି ହୋଇଥିବା ସୂକ୍ଷ୍ମ ଫୁଲ ଏବଂ ସୁନ୍ଦର ଡିଜାଇନ କରାଯାଇଛି। ପର୍ସଟି ଖୁବ୍‌ ହାଲୁକା ଓ ଦୀର୍ଘସ୍ଥାୟୀ ହେବା ସହିତ ଏହାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋହର।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ନିର୍ମିତ ହାତୀ ଅମ୍ବାୱାରୀକୁ ଘାନା ସଂସଦର ବାଚସ୍ପତି ଆଲବାନ ବାଗବିନଙ୍କୁ ଉପହାର ଦେଇଥିଲେ। ଏହା ଭାରତର ରାଜକୀୟ ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ଏକ ପ୍ରତୀକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ