Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାରେ ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ ପାରିତ…

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କ ମଧ୍ୟରେ ବିବାଦର କାରଣ ହୋଇଥିବା ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ କୁ  ଆମେରିକା ସଂସଦରେ ମଞ୍ଜୁରି ମିଳିଯାଇଛି। ଏହି ବିଲ୍ ଟିକସ ଛାଡ଼ ଏବଂ ଖର୍ଚ୍ଚ ହ୍ରାସ ବିଲ୍ ଭାବରେ ମଧ୍ୟ ଜଣାଶୁଣା।ରିପବ୍ଲିକାନ୍ ପାର୍ଟିର ସଦସ୍ୟମାନଙ୍କ ସମର୍ଥନରେ ଆମେରିକା ସଂସଦର ନିମ୍ନ ସଦନ, ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ $୪୫୦୦ ବିଲିୟନ ଟିକସ ଛାଡ଼ ଏବଂ ଖର୍ଚ୍ଚ ହ୍ରାସ ବିଲ୍ ପାସ୍ କରିଛି।

ଏହା ପୂର୍ବରୁ ବିଲ୍ ୫୦-୫୦ ମାମଲାରେ ଜେଡି ଭାନ୍ସଙ୍କ ଭୋଟ ବଳରେ ସେନେଟରେ ପାସ୍ କରାଯାଇସାରିଛି। ଏହି ବିଲ୍ ରେ  ବର୍ତ୍ତମାନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାକ୍ଷର ହୋଇସାରିବା ପରେ ଏହା ଆଇନର ରୂପରେ କାର୍ଯ୍ୟକାରୀ ହେବ। ଏହି ବିଲ୍ ୨୧୪-୨୧୮ ଭୋଟ ପାଇ ମଞ୍ଜୁରୀ ପାଇଛି। ତେବେ ଏହି ବିଲ୍‌କୁ ବିରୋଧ କରିବା ପାଇଁ ଦୁଇଜଣ ରିପବ୍ଲିକାନ୍ ସଦସ୍ୟ ମଧ୍ୟ ଡେମୋକ୍ରାଟ୍ ପାର୍ଟିରେ ଯୋଗ ଦେଇଥିଲେ। ଏହି ବିଲ୍ କୁ ରୋକିବା ପାଇଁ  ଡେମୋକ୍ରାଟିକ୍ ପାର୍ଟିର ନେତା ଏବଂ ନ୍ୟୁୟର୍କର ସଦସ୍ୟ ହାକିମ୍ ଜେଫ୍ରିସ୍ ବିଲ୍ ବିରୋଧରେ ରେକର୍ଡ ଭାଙ୍ଗି ଭାଷଣ ଦେଇ ଗୃହରେ ଏହାର ଭୋଟିଂକୁ ଆଠ ଘଣ୍ଟାରୁ ଅଧିକ ସମୟ ପାଇଁ ଅଟକାଇ ଦେଇଥିଲେ।

ହାଉସ୍ ସ୍ପିକର୍ ମାଇକ୍ ଜନସନ୍ କହିଥିଲେ ଯେ ଏହି ବିଲ୍ କୁ ମଞ୍ଜୁରୀ ଦେଇ ଆମେ ଦେଶକୁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ, ସୁରକ୍ଷିତ ଏବଂ ଅଧିକ ସମୃଦ୍ଧ କରିପାରିବୁ। ଆହୁରି ମଧ୍ୟ ଏହି ବିଲ୍ ୨୦ ଲକ୍ଷରୁ ଅଧିକ ପରିବାରକୁ ଚାଷ ଜନିତ ସମ୍ପତ୍ତି ଟିକସ କିମ୍ବା ମୃତ୍ୟୁ କରରୁ ଉଦ୍ଧାର କରିବ ବୋଲି ଟ୍ରମ୍ପ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ