Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରାଏଲ ସହ ଯୁଦ୍ଧ ପରେ ପ୍ରଥମ ଥର ସର୍ବସମ୍ମୁଖକୁ ଆସିଲେ ଇରାନର ସୁପ୍ରିମ ନେତା ଖାମେନି

ତେହେରାନ: ଜୁନ୍ ୧୩ ତାରିଖରେ ଇରାନ ଉପରେ ଇସ୍ରାଏଲ ହଠାତ୍ ଏୟାର ଷ୍ଟ୍ରାଇକ କରିଥିଲା। ଏହାପରେ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ତେବେ ଏପରି ସମୟରେ ଇରାନର ସୁପ୍ରିମ ନେତା ଖାମେନି ପ୍ରଥମ ଥର ଜନସାଧାରଣଙ୍କ ସାମ୍ନାକୁ ଆସିଛନ୍ତି।

ଶନିବାର ଆୟାତୋଲ୍ଲା ଅଲି ଖାମେନି ଆଶୁରା ଠାରେ ସନ୍ଧ୍ୟାରେ ଆୟୋଜିତ ହୋଇଥିବା ଶୋକ ସମାରୋହରେ ସେ ଯୋଗ ଦେଇଥିଲେ। ତାଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ତେବେ ଏହାର ଏକ ଭିଡିଓ ବର୍ତ୍ତମାନ୍ ଭାଇରାଲ୍ ହେବାରେ ଲାଗିଛି। ଏହି  ଭିଡିଓରେ ୮୬ ବର୍ଷୀୟ ଖାମେନି ଏକ କଳା ପୋଷାକ ପିନ୍ଧି ମସଜିଦରେ ଲୋକଙ୍କୁ ଅଭିବାଦନ ଦେବା ସହ ଆନନ୍ଦ ଉଲ୍ଲାସର ସହ ଜୟ ଜୟକାର କରୁଥିବାର ନଜର ଆସିଛନ୍ତି। ତେବେ ଶ୍ରଦ୍ଧାଳୁମାନେ ଇମାମ ହୁସେନଙ୍କ ସହିଦ ବାର୍ଷିକୀ ପାଳନ କରିଥିଲେ। ଯାହାକୁ ସିଆ ମୁସଲମାନମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ବିବେଚନା କରାଯାଇଥାଏ। ଏହି ସଭାରେ ଯୋଗ ଦେଇ ତାଙ୍କ ସମର୍ଥକ ମାନେ ସ୍ଲୋଗାନ ଦେଇଥିଲେ ଯେ ସେମାନଙ୍କ ଶରୀର ରେ ଥିବା ରକ୍ତ କେବଳ ତାଙ୍କ ନେତାଙ୍କ ପାଇଁ।

ଏହି ସବୁ ଭିଡ଼ିଓ କେନ୍ଦ୍ରୀୟ ତେହେରାନର ଇମାମ୍ ଖୋମେନି ମସଜିଦରେ ସୁଟିଂ କରାଯାଇଥିଲା ଯାହାକି ଇସଲାମିକ୍ ଗଣରାଜ୍ୟର ପ୍ରତିଷ୍ଠାତାଙ୍କ ନାମରେ ନାମିତ ହୋଇଥିଲା। ସେ ୧୯୮୯ ମସିହାରୁ କ୍ଷମତାରେ ରହିଥିବା ନେଇ ରିପୋର୍ଟରୁ ଜଣା ପଡ଼ିଛି। ତେବେ ସେ  ଦୁଇ ଦିନ ପୂର୍ବରୁ  ସଂସଦର ସଦସ୍ୟମାନଙ୍କୁ ଭେଟିଥିଲେ। ଇସ୍ରାଏଲୀ ଆକ୍ରମଣରେ ଇରାନ ଅନେକ କ୍ଷତିର ସମ୍ମୁଖୀନ ହୋଇଛି। କେବଳ ଏତିକି ନୁହେଁ ଏହି ଆକ୍ରମଣରେ ଇରାନର ପ୍ରାୟ ୯୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହାର ଜବାବ ଦେବାକୁ ଯାଇ ଇରାନ ମଧ୍ୟ ଇସ୍ରାଏଲୀ ସହରଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା ଯାହା ଫଳରେ ସେଠାରେ ମଧ୍ୟ ଅତି କମରେ ୨୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ