Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାରେ ନୂଆ ରାଜନୈତିକ ଦଳ ଘୋଷଣା କଲେ ଏଲୋନ ମସ୍କ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିବାଦ ମଧ୍ୟରେ ଟେସଲା ସିଇଓ ଏଲୋନ ମସ୍କ ଆମେରିକାରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବାର ଘୋଷଣା କରିଛନ୍ତି। ଏଲୋନ ମସ୍କ ଏହାର ନାମ ‘ଆମେରିକା ପାର୍ଟି’ ରଖିଛନ୍ତି।

ଏନେଇ ସେ କହିଛନ୍ତି ଯେ ଆମେ ଗଣତନ୍ତ୍ର ନୁହେଁ ଏକ-ଦଳୀୟ ବ୍ୟବସ୍ଥାରେ ରହୁଛୁ। ଆମେରିକା ପାର୍ଟି ଲୋକଙ୍କୁ ସେମାନଙ୍କର ସ୍ୱାଧୀନତା ଫେରାଇବା ନେଇ ଦାବି କରିଛି। ତେବେ କିଛି ସମୟ ପୂର୍ବରୁ ମସ୍କ ଟ୍ରମ୍ପଙ୍କ ଅତି ନିକଟତର ଥିଲେ ଓ ୨୦୨୪ ନିର୍ବାଚନରେ ତାଙ୍କର ସବୁଠାରୁ ବଡ଼ ରାଜନୈତିକ ଦାତା ଭାବରେ ସେ ରହିଥିଲେ। କିନ୍ତୁ ‘ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍’ କୁ ନେଇ ମସ୍କ ଏବଂ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାକୁ ଲାଗିଥିଲା।ସେ ଏହି ବିଲ୍‌କୁ କଡ଼ା ବିରୋଧ ମଧ୍ୟ କରିଥିଲେ ଏବଂ ଟ୍ରମ୍ପ ପ୍ରଶାସନ ଅଧୀନରେ ନବଗଠିତ ଡିପାର୍ଟମେଣ୍ଟ୍ ଅଫ୍ ଗଭର୍ଣ୍ଣମେଣ୍ଟ୍ ଏଫିସିଏନ୍ସି (ଡୋଜ୍) ରୁ ତାଙ୍କୁ ବାହାର କରିଦିଆଯାଇଥିଲା।

ତେବେ ସେ ତାଙ୍କର ଏହି ନୂତନ ଦଳର ଘୋଷଣା ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ X  ମାଧ୍ୟମରେ କରିଥିଲେ। ଏକ  ସର୍ଭେରେ ଜନସାଧାରଣ ୨:୧ ଅନୁପାତରେ ଏକ ନୂତନ ରାଜନୈତିକ ବିକଳ୍ପ ପାଇଁ ଇଛା ପ୍ରକାଶ କରିଥିବା ସେ ଦର୍ଶାଇଥିଲେ। ତେବେ ମସ୍କ ଆମେରିକାର ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ନେଇ ରାଷ୍ଟ୍ରପତିଙ୍କୁ ସମାଲୋଚନା  ମଧ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ