Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରୁ ଙ୍କ ସେବା ହେଉଛି ଇଶ୍ଵରଙ୍କ ସେବା:ଡୁଙ୍ଗୁରିପାଲିରେ ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ

ସମ୍ବଲପୁର: ଗତକାଲି ଡୁଙ୍ଗୁରିପାଲି ସାହିତ୍ୟ ସାଂସ୍କୃତିକ ସଂସଦ ଏବଂ କବି ଓ କଳାକାର ସଂଘ ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି, ଆଶୁ କବି ବିପ୍ର ଚରଣ ସାହୁଙ୍କ ଆବାହକତ୍ବରେ ଡ଼. ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ସମ୍ପାଦକ ଅମୂଲ୍ୟ ବେହେରାଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଶିକ୍ଷାବିତ କବି ନିରଞ୍ଜନ ପଣ୍ଡା ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଗୁରୁ ଙ୍କ ସେବା ହିଁ ଇଶ୍ୱରଙ୍କ ସେବା ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। କବି ଟିକେଲାଲ୍ ରାଉତଙ୍କ ସମେତ ଶବ୍ଦ ନୃତ୍ୟ ଗୁରୁ ଗଦାଧର ବରିହା, ଜୟଲାଲ ନାଇକ, ସୁରେଶ ପ୍ରଧାନ, ଲକ୍ଷ୍ମୀଧର ନାଏକ, ଶୁଭଲାଲ ସାହୁ, ମଧୂସୁଦନ ସାହୁ, ରାଧାକାନ୍ତ ଗଡତିଆ, ଇନ୍ଦିରା ସାହୁ, ଧୃବ ବାରିକ ପ୍ରମୁଖ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ପାଠ ଓ ସ୍ମୃତି ଚାରଣ କରିଥିଲେ, ଶେଷରେ ଶୁଭଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories